Latest Odisha News

ବିଏମ୍‌ସି ନେଇଥିବା ବର୍ଦ୍ଧିତ ହୋଲଡିଂ ଟିକସକୁ ସୁଧ ସହ ଫେରାଉ: ବିଜେପି

ଭୁବନେଶ୍ୱର: ବିଏମ୍‌ସିର ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ବେଆଇନ ବୋଲି ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଏହା ବିଏମ୍‌ସିକୁ ଶକ୍ତ ଚାପୁଡା ଏବଂ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ରଦ୍ଦ ହେବା ଫଳରେ ଭୁବନେଶ୍ୱରବାସୀ ଆଶ୍ୱସ୍ତି ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

BjdElectrycity

୨୦୧୦ରେ ବିଏମସି ହୋଲଡିଂ ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା । ଯେଉଁ ଘର ପାଇଁ ୧୭୨ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବର୍ଦ୍ଧିତ ଦରରେ ତାହା ୪୪୪ଟଙ୍କା ୪୬ ପିଇସା ହୋଇଥିଲା । ନୂଆ ଦରରେ ଅବ୍ୟବହୃତ ଜମି ପାଇଁ ମଧ୍ୟ ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇଥିଲା । ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା । କିନ୍ତୁ ବିଏମସି ମାମଲା ରୁଜୁ କରିବ ବୋଲି ଧମକ ଦେଇଥିଲା। ଏହାପରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବର୍ଦ୍ଧିତ ହୋଲ୍ଡିଂ ଟିକସ ଦେଉଥିଲେ । ପରେ କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଏବେ ବିଜେପି ଦାବି କରିଛି ଯେଉଁମାନେ ବର୍ଦ୍ଦିତ ଟିକସ ଦେଇଛନ୍ତି ସେମାନଙ୍କୁ ବିଏମସି ସୁଧ ସହିତ ଟଙ୍କା ଫେରାଇବା ଦରକାର।

ହୋଲଡିଂ ଟିକସ ବୃଦ୍ଧି କରିବା ପୂର୍ବରୁ ବିଏମ୍‌ସି ପ୍ରଶାସନିକ ପକ୍ରିୟା ଅନୁପାଳନ କରିନଥିଲା । ପୌରଆଇନର ସେକ୍ସନ-୨୧୫ ଅନୁସାରେ ମୂଲ୍ୟାଙ୍କନ କମିଟି ଗଠନ ହେବାର ନିୟମ ରହିଛି। ଏଥିରେ ଜଣେ ପୂର୍ବତନ ଜଜ୍‌ଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯିବା ସହିତ ୩ ରୁ ୬ଜଣ ସଦସ୍ୟ ରହିଥାନ୍ତି । ଟିକସ୍ ବୁଦ୍ଧି ପୂର୍ବରୁ ଉକ୍ତ କମିଟି ଆଲୋଚନା ଓ ପର୍ଯ୍ୟାଲୋଚନା କରି ନିଷ୍ପତି ନେଇଥାଏ । ଏହାପରେ ବିଏମ୍‌ସିର ଫାଇନାନ୍ସ ଏବଂ ଟ୍ୟାକ୍ସେସନ୍ କମିଟି ଅଧ୍ୟକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ । ପରିଶେଷରେ ବିଏମ୍‌ସି ପରିଷଦ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥାଏ । କିନ୍ତୁ ଏସମସ୍ତ ପକ୍ରିୟାକୁ ଅବଲମ୍ବନ ନକରି ବିଏମ୍‌ସି ମନମୁଖୀ ଜିଜିୟା କର ଭଳି ହୋଲଡିଂ ଟିକସର ବୃଦ୍ଧି କରିବାର ନିଷ୍ପତି ନେଇଥିଲେ। ବିଏମ୍‌ସିର ଏପ୍ରକାର ଜନବିରୋଧୀ ନିଷ୍ପତି ବିରୋଧରେ ପୂର୍ବରୁ ବିଜେପି ପକ୍ଷରୁ ପୂର୍ବରୁ ବ୍ୟାପକ ଜନଆନ୍ଦୋଳନ କରାଯାଇଥିଲା ।

ରାଜ୍ୟ ସରକାର ଲୋକଙ୍କ ଦାବି ପ୍ରତି କର୍ଣ୍ଣପାତ ନକରି ଏପ୍ରକାର ଜିଜିୟା କର ଭୁବନେଶ୍ୱରବାସୀଙ୍କ ଉପରେ ଲଦି ଦେବା ପାଇଁ ଜିଦ୍‌ରେ ଅଟଳ ଥିଲେ । ଏବେ ମାନ୍ୟବର ହାଇକୋର୍ଟଙ୍କ ରାୟ ପରେ ବିଏମ୍‌ସିର ଜନବିରୋଧୀ ମୁଖା ଖୋଲି ଯାଇଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

 

 

Leave A Reply

Your email address will not be published.