ନୂଆଦିଲ୍ଲୀ: ବରଫର ପ୍ରକୃତି ତରଳିବା । ଏଥିପାଇଁ ସର୍ବଦା ଏହାକୁ ଶୂନ ଡିଗ୍ରୀ ତଳେ ରଖାଯାଇଥାଏ । ଏବେ ବୈଜ୍ଞାନିକମାନେ ଏ ଭଳି ଏକ ବରଫ ପ୍ରସ୍ତୁତ କରିଛନ୍ତି ଯାହା କି ସହଜରେ ତରଳିବ ନାହିଁ । କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିହାନ ଝୋଉଙ୍କ ଅଧ୍ୟକ୍ଷତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ୯୦ ପ୍ରତିଶତ ପାଣି ରହିଥିଲେ ମଧ୍ୟ ଏହି ଜେଲୀ ଆଇସ ସହଜରେ ତରଳିବନି । ଯାହା ଫଳରେ ଆଗାମୀ ଦିନରେ ଏହା ଅନେକ କ୍ଷେତ୍ରରେ ମନୁଷ୍ୟକୁ ସୁବିଧା ଯୋଗାଇବ । ଗେଲାଟିନ ସେମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଥଣ୍ଡା ପରିବେଶରେ ଜେଲୀ ଆଇସି ଟାଣ ରହିବ ଏବଂ ସାଧାରଣ ଉତାପରେ ନରମ ହୋଇଯିବ ମାତ୍ର ଏଥିରେ ପାଣି ବାହାରିବ ନାହିଁ ।
ଏପରିକି ଏହି ଜେଲୀ ଆଇସକୁ ବ୍ୟବହାର ପରେ ସଫା ସୁତରା କରି ପୂନର୍ବାର ଉପଯୋଗ କରାଯାଇପାରିବ । ଏହା ବ୍ୟୟ ସାପେକ୍ଷ ହୋଇଥିବାରୁ ସହଜରେ ବ୍ୟବହାର କରିହେବ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହାର ପ୍ରକୃତ ବ୍ୟବହାର ହେବ । ଝୋଉ ଏହାର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି । ଯେଉଁ ସ୍ଥାନରେ ପାଣିରେ ଅଭାବ ରହିଛି ସେଠାରେ ଏହା ମେଡିକାଲ ଶିପିଂ, ବାୟୋଟେକ୍ନୋଲୋଜି ବ୍ୟବହାରରେ ମୂଖ୍ୟ ଅସ୍ତ୍ର ସାଜିବ ।
Comments are closed.