Latest Odisha News

BREAKING NEWS

ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼ ଘଟଣା: ହେବ କଡା କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ: ଅଭିନେତା ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼। ଗତକାଲି ଅଲୁଙ୍କ ହାଇଦ୍ରାବାଦ ଜୁବୁଲି ହିଲ୍ସ ସ୍ଥିତ ବାସଭବନ ଆଗରେ ପ୍ରତିବାଦ କରିବା ସହ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି ଓସମାନିଆ ୟୁନିଭର୍ସିଟିରେ ସକ୍ରିୟ ଜେଏସି ଛାତ୍ର ସଂଗଠନ । ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ପରିସରକୁ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୋଲିସ କିଛି ବିକ୍ଷୋଭକାରୀଙ୍କୁ ମଧ୍ୟ ଉଠାଇନେଇଛି ।

ତେବେ ଅଲୁ ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଅନ୍ତୁ ଏବଂ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବୀ କରିଛନ୍ତି ବିକ୍ଷୋଭକାରୀ । ପ୍ରଦର୍ଶନକାରୀମାନେ ଅଭିନେତାଙ୍କ ଘର ବାହାରେ ନାରାବାଜି କରିବା ସହ ନିଜର ଦାବିଗୁଡ଼ିକୁ ନେଇ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ଜୁବୁଲି ହିଲ୍ସ ପୋଲିସର ସୂଚନା ଅନୁସାରେ, ଓସମାନିଆ ବିଶ୍ୱବିଦ୍ୟାଳୟ ସହ ଜଡିତ କମିଟିର ଜେଏସିର ୬ ଜଣ ସଦସ୍ୟ ଏହି ଆକ୍ରମଣ କରିଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ।

ସେପଟେ କିନ୍ତୁ ଉକ୍ତ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଅଭିନେତାଙ୍କ ଘର ଆଗରେ କରାଯାଇଥିବା ବିକ୍ଷୋଭକୁ ନିନ୍ଦା କରୁଛି । ମୁଁ ରାଜ୍ୟର ଡିଜିପି ଏବଂ ପୋଲିସ କୁ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଉଛି । ଏହି ଘଟଣାରେ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବନାହିଁ । ଏହି ଘଟଣାରେ ଜଡିତ ନ ଥିବା ପୋଲିସ କର୍ମଚାରୀଙ୍କୁ ତଦନ୍ତ କାରିବାକୁ ରୋକିବା ପାଇଁ ସାବଧାନ ଅବଲମ୍ବନ କରନ୍ତୁ ।

ଏପଟେ ପୋଲିସ ଆଉ ଏକ ଅଭିଯୋଗ କରିଛି । ପୋଲିସର କହିବା ଅନୁସାରେ ସେଦିନ ଦଳାଚକଟା ଘଟଣା ଅଲୁ ଅର୍ଜୁନଙ୍କୁ କୁହାଯାଇଥିଲା । ମାତ୍ର ସେ କଥାକୁ ଖାତିର ନକରି ଫିଲ୍ନ ଦେଖିବାକୁ ଯାଇଥିଲେ । ଗତକାଲି ହାଇଦ୍ରାବାଦ ପୋଲିସ ଏକ ଫଟୋ ଜାରି କରିଛି । ଯେଉଁଥିରୁ ଜଣାପଡିଛି ଯେ ଅଭିନେତା ବିଳମ୍ବିତ ରାତି ପର୍ଯ୍ୟନ୍ତ ଥିଏଟରରେ ଥିଲେ। ଚିକ୍କଡପାଲି ଜୋନ୍ ଏସିପି ରମେଶ କୁମାର କହିଛନ୍ତି ଯେ, ଥିଏଟର ମ୍ୟାନେଜର ପ୍ରଥମେ ପୋଲିସକୁ ଅର୍ଜୁନଙ୍କ ନିକଟକୁ ଯିବାକୁ ଅନୁମତି ଦେଇନଥିଲେ ଏବଂ ସେ ଅଭିନେତାଙ୍କୁ ପୋଲିସ ବାର୍ତ୍ତା ପହଞ୍ଚାଇଦେବ ବୋଲି କହିଥିଲା । କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ଅଲୁ ଅର୍ଜୁନ ଯେତେବେଳେ ବାହାରକୁ ବାହାରି ନଥିଲେ ସେତେବେଳେ ପୋଲିସ ଥିଏଟର ମ୍ୟାନେଜରଙ୍କ ସହ ଯୋଗାଯୋଗ କରି ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଏବଂ ତାଙ୍କ ୯ ବର୍ଷର ପୁଅ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଥିଲେ । କିନ୍ତୁ ମ୍ୟାନେଜର ମଧ୍ୟ ତାଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ ବୋଲି ଅଭିଯୋଗ କରିଛି ପୋଲିସ ।

Leave A Reply

Your email address will not be published.