Latest Odisha News

BREAKING NEWS

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : “ସ୍ମୃତିର ଷଠିଘର” କାର୍ଯ୍ୟକ୍ରମ ଆରମ୍ଭ

କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଟିତ ଇଷ୍ଟ ହଷ୍ଟେଲ ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟଲେ ଆଲୁମିନି ଆସୋସିଏସନ୍ ଏବଂ ଏହାର ଅନ୍ତେବାସୀଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ନାଁ ହେଉଛି “ସ୍ମୃତିର ଷଠିଘର”  ଛାତ୍ରାବାସର ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କୁ ଯୋଡ଼ିବାର ଏହି ଅଭିନବ ପ୍ରୟାସର ଆରମ୍ଭ ହୋଇଛି ।

ଏହି ବିଭାଗରେ ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କ ଏକ ଦଳ ଓଡିଶା ତଥା ବିଶ୍ୱ ପ୍ରସିଦ୍ଧ ସାହିତ୍ୟିକ, କବି, ଲେଖକ, ଗାଳ୍ପିକ ତଥା ନାଟ୍ୟକାର ପଦ୍ମଭୂଷଣ ଏବଂ ସାହିତ୍ୟ ଏକାଡେମୀ ସମ୍ମନିତ କବି ସ୍ବର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଙ୍କ ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବିଶ୍ୱନାଥପୁର ସ୍ଥିତ ବାସଭବନ ପରିଦର୍ଶନ କରିଥିଲେ |

ସ୍ବର୍ଗତ ପାଣିଗ୍ରାହୀ ଙ୍କ  କାଳଜୟୀ ରଚନା “କେଉଁ ନାମ ଧରି ଡାକିବି ତୁମକୁ ତୁମେଜେ ସର୍ବ ନାମ “ର ସେହି ପଂକ୍ତି ” ଉଚ୍ଚାରଣ କରି ତାଙ୍କର ସ୍ମୃତି କୁ ମନେପକାଇ ତାଙ୍କ ପବିତ୍ର ଜନ୍ମଭୂମି ପୂଜନ ସହ ମୃତ୍ତିକା ସଂଗ୍ରହ କରିଥିଲେ । ସଂଗୃହୀତ ମୃତ୍ତିକା ବ୍ୟବହାର କରି ପୂର୍ବ ଛାତ୍ରାବାସ ପ୍ରାଙ୍ଗଣରେ ଏକ ସ୍ମୃତିସମ୍ଭ ସ୍ଥାପନା ସହ ସ୍ମୃତିବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରକ୍ରିୟାରେ ପୂର୍ବ ଛାତ୍ରାବାସର ପୂର୍ବତନ ବିଶିଷ୍ଟ ଅନ୍ତେବାସୀମାନଙ୍କ ଜନ୍ମଭୂମିରୁ ମୃତ୍ତିକା ସଂଗ୍ରହ ଅଭିଯାନ ଜାରି ରହିବ । ଏହି ଐତିହାସିକ ମୃତ୍ତିକା ସଂଗ୍ରହ ଅଭିଯାନ ପୂର୍ବ ଛାତ୍ରାବାସର ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ମହାପାତ୍ର ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ ।

 

Comments are closed.