Latest Odisha News

BREAKING NEWS

[ଭିଡ଼ିଓ] ଚିତ୍ତ ହତ୍ୟା ଘଟଣାର ନୂଆ ମୋଡ଼: ନ୍ୟାୟ ଅପେକ୍ଷାରେ ପରିବାର

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାଲି ପରିବାର ଲୋକେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଆଜି କିଛି ଅଲଗା । ଚିତ୍ତଙ୍କ ହତ୍ୟାରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ଜଣାଇ ପୁରୀ ଏସ୍ପିଙ୍କୁ ଭେଟିଛନ୍ତି ପରିବାର । ଆଉ ତାଙ୍କ ସହ ଏସପିଙ୍କ ପାଖରେ ହାଜର ହୋଇଛନ୍ତି ଖୋଦ୍ ସଞ୍ଜୟ ।।

ଉଭୟ ପକ୍ଷରୁ ଘଟଣାର ଖୁବଶିଘ୍ର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । କିଛି ଟଙ୍କା ପାଇଁ ତାଙ୍କର ଜଣେ ବନ୍ଧୁ ଜଗନ୍ନାଥ ଚିତ୍ତଙ୍କୁ ହତ୍ୟା କରିଛନ୍ତି। ଏନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଇ ଖୁବଶିଘ୍ର ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରାଯାଇଛି। . . .

ଉଭୟ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଘଟଣାର ଛାନ୍ ବିନ୍ ଚାଲିଛି। ଘଟଣାର ସମ୍ପୁର୍ଣର୍ ତଥ୍ୟ ମିଳିଲେ ଯାହା ଦୋଷୀ ଧରାପଡିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

ଘଟଣାର ବାରମ୍ବାର ମୋଡ ବଦଳୁଥିବା ବେଳେ ବୟାନ ଆଉ ପ୍ରମାଣକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଛି । ସେପଟେ ପୁଅର ହତ୍ୟା ଘଟଣାର ତଦନ୍ତ କରାଯାଇ ନ୍ୟାୟ ଅପେକ୍ଷାରେ ରହିଛନ୍ତି ପରିବାର ।

Leave A Reply

Your email address will not be published.