ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ। ୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତିଙ୍କ ସୂଚନା। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ।
ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀ। ଅଗଷ୍ଟ ୧୧ରୁ ଓଡିଶା ରାଜସ୍ୱ ଅମଲା ସଂଘ ସମୂହ ଛୁଟିରେ ଥିଲେ। ବିନା ଅନୁମତିରେ ଛୁଟିରେ ରହିବା ସହ କାର୍ଯ୍ୟରେ ଯୋଗ ଦେଉନଥିବାରୁ କର୍ମଚାରୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଆନ୍ଦୋଳନକୁ ୧୦ ଦିନରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ବିନା ଅନୁମତିରେ ଛୁଟିରେ ଥିବାରୁ ସାଧାରଣ ଜନତା ନାହିଁନଥିବା ଅସୁବିଧା ଭୋଗୁଥିଲେ। ତେଣୁ ବିଭାଗ ବାଧ୍ୟହୋଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲା ରାଜସ୍ବ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ। ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ।
Comments are closed.