Latest Odisha News

BREAKING NEWS

୭୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

ଚାନ୍ଦବାଲି: ରାଜସ୍ୱ ନିରୀକ୍ଷକଙ୍କୁ(ଆରଆଇ) ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ଆରଆଇ କୃଷ୍ଣଚନ୍ଦ୍ର ଦାସ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । କଇଥଖୋଲା ଗାଁର ସତ୍ୟବ୍ରତ ମାଇତିଙ୍କଠାରୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।

ଜମିଜମା କାଗଜପତ୍ର ପାଇଁ ବାରମ୍ବାର ଆର୍‌ଆଇ ଅଫିସ ଆସୁଥିଲେ ସତ୍ୟବ୍ରତ । ଏଥିପାଇଁ ଟଙ୍କା ମାଗିଥିଲେ ଆରଆଇ । ସତ୍ୟବ୍ରତଙ୍କୁ ୭ଟି କେଶ୍ ପାଇଁ ୭ହଜାର ଟଙ୍କା ଦେବାକୁ କହିଥିଲେ। ଏନେଇ ଭଦ୍ରକ ଭିଜିଲାନ୍ସକୁ ଜଣାଇଥିଲେ ସତ୍ୟବ୍ରତ । ଯୋଜନା ଅନୁସାରେ ଲାଞ୍ଚ ନେବା ବେଳେ ଆରଆଇ କୃଷ୍ଣଚନ୍ଦ୍ର ଦାସକୁ ଧରିଥିଲା ଭିଜିଲାନ୍ସ ବିଭାଗ ।

Leave A Reply

Your email address will not be published.