Latest Odisha News

BREAKING NEWS

ନବଦମ୍ପତ୍ତିଙ୍କ ଅଭିନବ ପ୍ରୟାସ; ସମାଜକୁ ଦେଲେ ଏହି ନିଆରା ନିଦର୍ଶନ

ଯାଜପୁର: ନବଦମ୍ପତିଙ୍କ ଅଭିନବ ପ୍ରୟାସ। ବର କନ୍ୟା ବେଶରେ ବାଣ୍ଟିଲେ ସଚେତନତା ବାର୍ତ୍ତା। କନ୍ୟା ଭୃଣହତ୍ୟା ଓ ବୃକ୍ଷରୋପଣ ଉପରେ ଲୋକଙ୍କୁ କରାଇଲେ ସଚେତନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରାସ ଗ୍ରାମର ସରୋଜ ବେହେରା ଓ ତାଙ୍କ ପତ୍ନୀ ସାଗରତନୟା ଏଭଳି ପ୍ରୟାସ କରିଛନ୍ତି। ନିକଟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ଏହି ଅବସରରେ ଏକ ଭିଡିଓ ମାଧ୍ୟମରେ କନ୍ୟା ଭୃଣହତ୍ୟା ଓ ବୃକ୍ଷରୋପଣ ଉପରେ ସଚେତନତା ବାର୍ତ୍ତା ଦେଇଛନ୍ତି। ଏଥିସହିତ ତାଙ୍କ ରିସେପସନ୍ ପାର୍ଟିରେ ଅତିଥି ଦେଇଥିବା ଉପହାର ବଦଳରେ ତାଙ୍କୁ ଗଛ ଚାରା ପ୍ରଦାନ କରିବା ସହ ଉପହାରରେ ମିଳିଥିବା ଅର୍ଥକୁ ଅନାଥ ଆଶ୍ରମକୁ ଦାନ କରିବେ ବୋଲି ଏହି ଦମ୍ପତି ଘୋଷଣା କରିଛନ୍ତି।

ତେବେ ଏହି ନବଦମ୍ପତିଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି।

Leave A Reply

Your email address will not be published.