Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ୪୦୦୦ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଆରଆଇ ଶ୍ରୀ ରମାକାନ୍ତ ବେହେରା । ୪୦୦୦ ତଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ରମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ସୂଚନା ଅନୁସାରେ, ଜଗତସିଂହପୁର ବାହାରଣା ତହସିଲର ଆରଆଇ ଶ୍ରୀ ରମାକାନ୍ତ ବେହେରା ଜମି ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ? ଠିକ୍ ସେତିକି ବେଳେ ଆଗରୁ ଛକି ବସିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଛନ୍ତି । କାବୁ କଲା ପରେ ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରିଛି ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିବା ପରେ ରମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ହୋଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କଟକ ଭିଜିଲାନ୍ସ ଟିମ୍ ।

 

 

Comments are closed.