Latest Odisha News

BREAKING NEWS

କାଉଡିଆ ଭକ୍ତଙ୍କ ପାଇଁ ରୁଟି ସେକିଲେ ଜିଲ୍ଳାପାଳ

ହରିଦ୍ୱାର: ଚାଲିଛି ଶ୍ରାବଣ ମାସ । କାଉଡିଆଙ୍କ ଧାଡି ଲାଗିଲାଣି ।  ହରିଦ୍ୱାରରେ କାଉଡିଆ ଭକ୍ତଙ୍କ ବେଶ ଭିଡ ଲାଗିଛି । ମହାଦେବଙ୍କ ଉପରେ ଗଙ୍ଗାଜଳ ଢାଳିବା ପାଇଁ ଲକ୍ଷ ଲକ୍ଷ କାଉଡ଼ିଆ ହରିଦ୍ୱାରରେ ଭିଡ ଜମାଇଛନ୍ତି । କାଉଡିଆ ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ଉତ୍ତରାଖଣ୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦୫୬ଟି ସମ୍ବେଦନଶୀଳ ଜାଗାରେ ସିକ୍ୟୁରିଟି ବଢାଇ ଦିଆ ଯାଇଛି । କାଉଡିଆଙ୍କ ସୁବିଧା ପାଇଁ ବ୍ୟବସ୍ଥା ବି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ଲାଗି ପଡିଛନ୍ତି । ଏହି ଅବସରରେ ସହରାନପୁର ସ୍ଥିତ ଏକ କାଉଡିଆ କ୍ୟାମ୍ପରେ ଜିଲ୍ଲା କଲେକ୍ଟରଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓଟି ଭାଇରାଲ ହୋଇଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି, ସହାରନପୁରରେ କବାଡିଆଙ୍କ ପାଇଁ ଏକ ଶିବିର ଖୋଲାଯାଇଛି । ରାସ୍ତା ସଜା ଯାଇଛି । କ୍ୟାମ୍ପରେ କବାଡିଆଙ୍କ ଲାଗି ଭୋଜନ ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ବି କରାଯାଇଛି । ଗତରାତିରେ ସହାରନପୁର ଜିଲ୍ଲା ଅଧିକାରୀ ଦିନେଶ କୁମାର ଏହି କ୍ୟାମ୍ପ ପରିଦର୍ଶନରେ ଆସିଥିଲେ । ସବୁଠାରୁ ମଜାର କଥା ହେଉଛି, ସେ ଏହି କ୍ୟାମ୍ପରେ କାଉଡିଆଙ୍କ ପାଇଁ ରୁଟି ତିଆରି କରୁଥିବା ଦେଖିବାକୁ ମିଳିଛି । ସେ ଏହି କ୍ୟାମ୍ପରେ ବେଶ କିଛି ସମୟ ରହିଥିଲେ ଏବଂ କାଉଡିଆଙ୍କ ପାଇଁ ରୁଟି ସେକିଥିଲେ ।

୩୨ ସେକେଣ୍ଡର ଏହି ଭିଡିଓଟି ଆଜି ସକାଳୁ ସକାଳୁ ବେଶ ଭାଇରାଲ ହୋଇଛି । ଜିଲ୍ଲା ଅଧିକାରୀଙ୍କର ଏହି ଭିଡଓକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅତୀତରେ ଉତ୍ତର ପ୍ରଦେଶ ସରକାର କାଉଡିଆ ଯାତ୍ରା ସମୟରେ ଲକ୍ଷଲକ୍ଷ କାଉଡିଆଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥାନ୍ତି ।

Leave A Reply

Your email address will not be published.