Latest Odisha News

BREAKING NEWS

ରଥଯାତ୍ରା ପାଇଁ ସରିଲା ସମୀକ୍ଷା ବୈଠକ

ପୁରୀ : କୋଭିଡ କଟକଣାରେ ବିନାଭକ୍ତରେ ହେବ ଚଳିତ ବର୍ଷର ରଥଯାତ୍ରା । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଡିଜିଟାଲ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ । ଶୃଙ୍ଖଳିତ ନୀତିକାନ୍ତି ନେଇ ସେବାୟତ ଓ ପ୍ରଶାସନ ଭିତରେ କିଭଳି ଉତ୍ତମ ସମନ୍ବୟ ରହିବ ସେନେଇ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରଥଯାତ୍ରା ସମୟରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲେଚନା ହୋଇଛି । ପିଇବା ପାଣି ଠାରୁ ଆରମ୍ଭ କରି ଲାଇଟ୍, ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ଭଳି ସମସ୍ତ ବିଭାଗୀୟ ଅଧିକାରୀ କିଭଳି ପ୍ରସ୍ତୁତି କରିଛନ୍ତି ସେନେଇ ମବୈଠକରେ ହୋଇଥିଲା ଆଲୋଚନା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ସହରବାସୀଙ୍କ ସମର୍ଥନ ଲୋଡିଛନ୍ତି ମନ୍ତ୍ରୀ । ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ପୋଲିସ ଡିଜି ଅଭୟ, ପୁରୀ ଏସପି ବିଶାଲ ସିଂଙ୍କ ସହ ସେବାୟତ ପ୍ରତିନିଧି ସାମିଲ ହୋଇଥିଲେ ।

Leave A Reply

Your email address will not be published.