Latest Odisha News

BREAKING NEWS

ପ୍ରକାଶ ପାଇଲା ନିଟ୍ ୟୁଜି ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ: ଦେଶରେ ନିଟ୍ ଓ ନେଟ୍ କୁ ନେଇ ବିରୋଧ ଜାରି ରହିଥିବା ବେଳେ ଏହାରି ଭିତରେ ପ୍ରକାଶ ପାଇଛି ନିଟ୍ ୟୁଜି ୨୦୨୪ର ସଂଶୋଧିତ ମେଧା ତାଲିକା । ଜୁନ ୨୩ରେ ପୁନଃ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି । ଏନେଇ ଏନ୍‌ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା ସୂଚନା ଜାରି କରାଯାଇଛି।
ନିଟ୍ ୟୁଜିର ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଜୁନ ୨୩ରେ ପୁନଃ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ତେବେ ଏହା ସହିତ ନିଟ୍ ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ନିଜ ରେଜଲ୍ଟ ଏନଟିଏର ଅଫିସିଆଲ ୱେବସାଇଟ exams.nta.ac.in କୁ ଯାଇ ଫଳାଫଳ ଯାଞ୍ଚ କରି ପାରିବେ।

ସୂଚନାଯୋଗ୍ୟ, ନିକଟରେ ନିଟ୍ ଓ ନେଟ୍ ପରୀକ୍ଷାରେ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। ଏଥିପାଇଁ ଯୁଜିସି ନେଟ୍ କୁ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା ଦ୍ବାରା ପୁନଃ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ନିଟ୍ ରେ ପୁଣି ପରୀକ୍ଷା ଦେଇଥିଲେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ଯାହାଙ୍କର ରେଜଲ୍ଟ ସୋମବାର ପ୍ରକାଶ ପାଇଛି ।

ତେବେ ପୂର୍ବରୁ ଜୁନ୍ ୫ରେ ନିଟ୍ ପରୀକ୍ଷା ଆୟେଜିତ ହୋଇଥିବା ବେଳେ ଜୁନ୍ ୧୮ରେ ଆୟୋଜିତ ହୋଇଥିଲା ଯୁଜିସି ନେଟ୍ ପ୍ରବେଶିକା ପରୀକ୍ଷା ।

Leave A Reply

Your email address will not be published.