Latest Odisha News

BREAKING NEWS

ବଦଳିଲା ରାଜଧାନୀ ଏକ୍ସପ୍ରେସର ସମୟ ସାରଣୀ, ଜାଣନ୍ତୁ

ଭୁବନେଶ୍ୱର: ଜାନୁୟାରୀ ମାସ ୯ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ତିନିଟି ରାଜଧାନୀ ବିଶେଷ ଟ୍ରେନ ସମୟ ବଦଳିଛି‌। ଏହି ସମୟ ସାରଣୀକୁ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନରେ ଥିବା କୋଦର୍ମା ରେଳ ଷ୍ଟେସନରେ ପରିବର୍ତ୍ତନ କରାଯାଇଅଛି।

(ଏ): ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଉରକେଲା ମାର୍ଗ ଦେଇ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ଛାଡୁଥିବା ୦୨୮୫୫ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ୨୦୨୧ ମସିହା ଜାନୁୟାରୀ ୯ରୁ କୋଦର୍ମା ଷ୍ଟେସନରେ ରାତ୍ର ୮ଘ.୫୮ମି.ରେ ପହଞ୍ଚି ରାତ୍ର ୯ ଘଟିକାରେ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

(ବି): ଭୁବନେଶ୍ୱରରୁ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ଆଦ୍ରଓ ମାର୍ଗ ଦେଇ ଚଳାଚଳ କରୁଥିବା ୦୨୮୨୫ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଚଳିତ ମାସ ୧୦ ତାରିଖ ଠାରୁ ଏବଂ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନ ଟାଟା ମାର୍ଗ ଦେଇ ଚଳାଚଳ କରୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଚଳିତ ମାସ ୧୧ ତାରିଖ ଠାରୁ କୋଦର୍ମା ଷ୍ଟେସନରେ ରାତ୍ର ୮ଘ.୫୮ମି.ରେ ପହଞ୍ଚି ରାତ୍ର ୯ ଘଟିକାରେ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଗୁଡିକ କେବଳ କୋଦର୍ମା ଷ୍ଟେସନ ଠାରେ ପରିବର୍ତ୍ତିତ ସମୟ ସାରଣୀରେ ଚଳାଚଳ କରିବାକୁ ଥିବାବେଳେ ଅନ୍ୟ ସମସ୍ତ ଷ୍ଟେସନରେ ଏହି ଟ୍ରେନ ଗୁଡ଼ିକର ସମୟ ସାରଣୀରେ ପରିବର୍ତ୍ତନ ହେବ ନାହିଁ।

 

Comments are closed.