Latest Odisha News

BREAKING NEWS

ଡିସେମ୍ବର ୯ ଯାଏ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ। ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟର ତାଲିକାରେ ଥିବା ତ୍ରୁଟି
ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ ଶନିବାର ପର୍ଯ୍ୟନ୍ତ ଗ୍ରହଣ କରାଯିବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥ୍ ହୋଇଥିବା ସ୍ଵତନ୍ତ୍ର ଅଭିଯାନ ହେଇଥିଲା। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନଥିଲେ ଡିସେମ୍ବର ୯ ତାରିଖ ଶନିବାର ସୁଦ୍ଧା ଅନ୍‌ଲାଇନ ମାଧ୍ୟମରେ ଦାଖଲ କରିପାରିବେ।

voters.cci.gov.in କିମ୍ବା Voter Help Line App ଦ୍ଵାରା କିମ୍ବା ସଂପୃକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ।

Comments are closed.