Latest Odisha News

BREAKING NEWS

ପୃଥକ୍ ଦୁର୍ଘଟଣା: ଗୋଟିଏ ଦିନରେ ୩ ଜଳ ସମାଧୀ, ଜଣେ ନିଖୋଜ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ପ୍ରଧାନପାଲି ସ୍ଥିତ କୋଏଲ ନଦୀ ଘାଟରେ ଗାଧୋଇବାକୁ ଯାଇଥିବାବେଳେ, ବୁଡି ଯାଇଥିଲେ ଦୁଇ ଛାତ୍ର । ଯେଉଁଥିରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ଖବରମୁତାବକ, ଉଭୟ ବାସନ୍ତୀ କଲୋନି ଡ଼ିଏଭି ସ୍କୁଲର ଛାତ୍ର ଥିବାବେଳେ ଆଜି ସ୍କୁଲରୁ ଫେରି ଦୁଇ ଜଣ ଗଧୋଇବାକୁ କୋଏଲ ନଦୀକୁ ଯାଇଥିଲେ, ସେଠାରେ ଗୋଡଖସିଯିବାରୁ ପାଣିରେ ବୁଡିଯାଇଥିଲେ ଦୁଇ ଜଣ । ଏଥିରେ ଜଣେ ଛାତ୍ର ପ୍ରିୟାନ୍ସୁ ଭୋଳଙ୍କର ମୃତ୍ୟୁ ହୋଇଛି ସେ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ସେହିପରି ନିଖୋଜ ହେଲେ ରଞ୍ଜନ ପାଢୀ ସେ ନବମ ଶ୍ରେଣୀରେ ଛାତ୍ର । ସେମାନଙ୍କ ଘର ଲେବରଟେନମେଣ୍ଟରେ ବୋଲି ସୂଚନା ରହିଛି ।

ସ୍ଥାନୀୟଲୋକଙ୍କ ଠାରୁ ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରିୟାନ୍ସୁ ଭୋଳଙ୍କର ମୃତ୍ୟୁ ଦେହ ଉଦ୍ଧାର କରିଥିବାବେଳେ, ବର୍ତ୍ତମାନ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ପ୍ରିୟାନ୍ସୁ ର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟପଟେ ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଗାଁରେ ମଧ୍ୟ ସମାନ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ଉକ୍ତ ଗାଁର ସ୍ୱର୍ଗତ ଲବ ମାଝୀଙ୍କ ୬ ବର୍ଷର ଝିଅ ମାଲ ମାଝୀ ଓ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ । ପ୍ରଥମେ ସ୍ବାମୀ ଓ ଏବେ ଦୁଇ ପିଲାଙ୍କୁ ହରାଇ ବିକଳ ହୋଇ କାନ୍ଦୁଛି ଅଭାଗୀନି ମାଆ ।

Leave A Reply

Your email address will not be published.