Latest Odisha News

ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକତା: କୋଲକାତା ଆରଜି କର ହସ୍ପିଟାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ । ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଛି ସିବିଆଇ । ସିବିଆଇ ସନ୍ଦୀପଙ୍କୁ ଗିରଫ କରି ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଛି ।

ହସ୍ପିଟାଲରେ ସମ୍ଭାବ୍ୟ ଅର୍ଥ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା । ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ଆଜି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟଙ୍କୁ ଗିରଫ କରିଛି ସିବିଆଇ ।

ତେବେ ଏହି ଘଟଣାରେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲ୍ଲୀ । ସେନେଇ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଆର୍ଥିକ ଦୁର୍ନୀତିର ମଧ୍ୟ ଖୋଳତାଡ଼ କରୁଥିଲା ସିବିଆଇ ।

Comments are closed.