Latest Odisha News

BREAKING NEWS

ଗୋଟିଏ ଜେଲରେ ରିୟା ଓ ଇନ୍ଦ୍ରାଣୀ ମୁଖାର୍ଜୀ, ବାଇକୁଲା ଜେଲ୍ ବିଷୟରେ ଜାଣନ୍ତୁ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀ ଏବେ ବାଇକୁଲା ଜେଲରେ ଦିନ କାଟୁଛନ୍ତି । ସେହି ଜେଲରେ ରହୁଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ନିଜ ଝିଅ ସିନା ବୋରାଙ୍କୁ ହତ୍ୟା କରିଥିଲେ । ଏବେ ଜେଲଦଣ୍ଡ ଭୋଗୁଛନ୍ତି ।

ବାଇକୁଲା ଜେଲରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦବଦବା ରହିଛି । ଜେଲରେ ରହିବା ଭିତରେ ବହୁ ଅନ୍ତେବାସୀଙ୍କୁ ମନ ଜିଣିଛନ୍ତି ଇନ୍ଦ୍ରାଣୀ । ଜେଲକୁ ଆସୁଥିବା ନୂଆ କଏଦୀଙ୍କ କଥା ବୁଝନ୍ତି ଇନ୍ଦ୍ରାଣୀ । ବାଇକୁଲା ଜେଲରେ ଏବେ ୨୫୦ରୁ ଅଧିକ କଏଦୀ ରହୁଛନ୍ତି । ରିୟାଙ୍କୁ ଖରାବେଳେ ଦୁଇଟି ରୋଟି, ଭାତ, ଡାଲି ଓ ତରକାରୀ ଖାଇବାକୁ ଦିଆଯାଇଥିଲା ।

ବାଇକୁଲା ଜେଲରେ ରହିଛି ୬ଟି ବାରାକ ରହିଛି । ପ୍ରତି ବାରାକରେ ୪୦-୫୦ କଏଦୀ ରହୁଛନ୍ତି । କଏଦୀଙ୍କୁ ଗୋଟିଏ ପତଳା ରେଜେଇ, ଛୋଟ ତକିଆ, ବେଡସିଟ୍ ଓ ଗୋଟିଏ କମ୍ବଳ ଦିଆଯାଏ । ତଳେ ଶୋଇବାକୁ ହୁଏ ।

ଗୋଟିଏ ଛୋଟିଆ ବ୍ୟାଗ ଦିଆଯାଇଥାଏ, ଯେଉଁଥିରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖନ୍ତି କଏଦୀ । ଜେଲରେ ଗୋଟିଏ କ୍ୟାଣ୍ଟିନ ରହିଛ ଯେଉଁଠୁ ବିସ୍କୁଟ କିଣି ଖାଇପାରିବେ କଏଦୀ । ଏଠାରେ ଜେଲ ସଜା କାଟିଛନ୍ତି ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ଭଉଣୀ ହସିନା ପରକାରଙ୍କ ସମେତ ଡ୍ରଗ୍ସ ଲିଙ୍କରେ ଗିରଫ କିଛି ହାଇପ୍ରୋଫାଇଲ୍ ।

Leave A Reply

Your email address will not be published.