Latest Odisha News

BREAKING NEWS

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ହତ୍ୟାକାଣ୍ଡର ଖୋଲିଲା ଗୁମର !

ସୁବର୍ଣ୍ଣପୁର: ଶେଷରେ ସାମ୍ନାକୁ ଆସିଲା ହତ୍ୟାକାରୀ । ଶାନ୍ତିରେ ନିଃଶ୍ୱାସ ମାରିଲା ପ୍ରଶାସନ ଓ ସାଧାରଣ ଜନତା । ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ଗୁମର । ତେବେ କିଏ ଓ କାହିଁକି ଘଟାଇଥିଲା ଏପରି ନିର୍ମମ ହତ୍ୟାକାଣ୍ଡ ?

ଶନିବାର ଲୁତୁରପଙ୍କ ନିକଟରେ ଏକ ବିଲରୁ ମିଳିଥିଲା ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା ସୁବଳୟା ପୋଲିସ । ମୃତଦେହ କାହାର ? କେମିତି ଘଟିଥିଲା ହତ୍ୟାକାଣ୍ଡ ? କିଏ ସାଜିଥିଲା ମୁଖ୍ୟ କାର୍ପଟଦାର ? ଏପରି ପ୍ରଶ୍ନରେ ଖାଲି ପୋଲିସ ନୁହେଁ ବରଂ ସ୍ଥାନୀୟ ବାସିନ୍ଦା ବି ଘାଣ୍ଟି ହେଉଥିଲେ ।

ବହୁ ଖୋଳତାଡ ପରେ ଶେଷରେ ମୃତକଙ୍କ ପରିଚୟ ଜାଣିବାରେ ପୋଲିସ ସଫଳ ହୋଇଥିଲା । ମୃତକଙ୍କ ପରିଚୟ ମାନଭଂଜନ ବିଶ୍ୱାଳ, ଘର ଖଇରମାଳ ଗାଁ । ହତ୍ୟାକାଣ୍ଡ ନେଇ ପୋଲିସ ଅନେକ ଲୋକଙ୍କୁ ପଚରାଉଚରା କରିଥିଲେ ବି ରାଡାର୍‌କୁ ଆସିଥିଲା ଗୁପ୍ତେଶ୍ୱର ବାଙ୍କ । ଗୁପ୍ତେଶ୍ୱରକୁ ଅଟକ ରଖି ଜେରା କରିବା ପରେ ଅଭିଯୁକ୍ତ ସମସ୍ତ ଘଟଣା ବଖାଣିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ପରକ୍ରୀୟା ପ୍ରୀତିକୁ ନେଇ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶୁକ୍ରବାର ଅଭିଯୁକ୍ତ ଗୁପ୍ତେଶ୍ୱର ବାଙ୍କା ସହ ମାନଭଂଜନ ବୁଲି ବାହାରିଥିଲେ । ଦିନସାରା ବୁଲାବୁଲି କରି ରାତିରେ ଲୁତୁରପଙ୍କ ପହଂଚିଥିଲେ । କେହି ନଥିବାର ଦେଖି ଏକ ନିର୍ଜନ ସ୍ଥାନରେ ମାନଭଂଜନଙ୍କୁ ଠେଙ୍ଗାରେ ପିଟି ଗୁପ୍ତେଶ୍ୱର ହତ୍ୟା କରିଥିଲା । ପରେ ଘରୁ ଟାଙ୍ଗିଆ ଆଣି ମୃତଦେହର ହାତ, ଗୋଡ ଓ ମୁଣ୍ଡ କାଟି ଚମ୍ପଟ୍ ମାରିଥିଲା ।

ଜେରାରେ ନିଜ ଅପରାଧ ସ୍ୱୀକାର କରିଥିବା ଅଭିଯୁକ୍ତ ଗୁପ୍ତେଶ୍ୱରଠୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଛି । କରୋନା ପାଇଁ ଡାକ୍ତରୀମାଇନା କରାଯିବା ପରେ ତାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.