ରାଂଚି: ବିଶ୍ୱର ଏକମାତ୍ର କ୍ରିକେଟ ଅଧିନାୟକ ଧୋନୀ । ଯିଏ ହାସଲ କରିଥିଲେ ସମସ୍ତ ଆଇସିସି ବିଶ୍ୱକପ୍ ଟ୍ରଫି । ବ୍ୟକ୍ତିଗତ ହେଉ କି କ୍ରିକେଟ୍ ପଡିଆ, ସବୁବେଳେ ଲୋ-ପ୍ରୋଫାଇଲରେ ରହିବାକୁ ସେ ପସନ୍ଦ କରନ୍ତି । ଅନେକ କ୍ରିକେଟର୍ ଖୋଦ ନିଜ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ହେଲେ ଧୋନୀଙ୍କ ମାମଲାରେ କେବଳ ସ୍ତ୍ରୀ ସାକ୍ଷୀଙ୍କ ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଘଟଣା ସାମ୍ନାକୁ ଆସିଥାଏ ।
ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକଙ୍କୁ ଫୋନ୍ରେ ପାଇବା ବେଶ କଷ୍ଟକର । ଜଣାଅଜଣାଙ୍କ ସହ ଧୋନୀ ଫୋନରେ କଥାବାର୍ତ୍ତା ହେବା କ୍ୱଚିତ୍ ଶୁଣିବାକୁ ମିଳେ । ହେଲେ ପୂର୍ବତନ କ୍ରିକେଟର୍ ଆର୍.ପି ସିଂ ଓ ମୁନାଫ ପଟେଲଙ୍କ ଫୋନ କଲକୁ କିନ୍ତୁ ଧୋନୀ ଅଧା ରିଙ୍ଗ୍ରେ ହିଁ ରିସିଭ କରିବେ ।
ଏ କଥା ଆମେ ନୁହେଁ ବରଂ କ୍ରିକେଟର୍ ଆର.ପି ସିଂ କହିଛନ୍ତି । ଉଭୟ ସିଂ ଓ ଧୋନୀ ବେଶ ଭଲ ସାଙ୍ଗ । ସିଂଙ୍କ କହିବା ଅନୁଯାୟୀ ଦିନେ ଧୋନୀ ତାଙ୍କୁ କହିଥିଲେ, “ଯେବେ ବି ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବି ତା ପରେ ତୁମର ଆଉ ମୁନାଫର ଫୋନ୍ କଲ୍କୁ ଅଧା ରିଙ୍ଗରେ ରିସିଭ କରିବି” ତେବେ ସତରେ ଧୋନୀ ଏବେ ତାଙ୍କ କଲ ଅଧା ରିଙ୍ଗରେ ରିସିଭ କରିବେ କି ନାହିଁ, ସେ ନେଇ ସିଂ ଥରେ ପରୀକ୍ଷା କରିବାକୁ ଚିନ୍ତା କରିଛନ୍ତି ।