Latest Odisha News

BREAKING NEWS

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ୍, ଦୋଷୀ ହେଲେ ଏତେବର୍ଷ ଜେଲ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ରିୟ ଚକ୍ରବର୍ତ୍ତୀଙ୍କୁ ନୂଆ ଠିକଣା ମୁମ୍ବାଇ ବାଇକୁଲା ଜେଲ୍ । ଆଜି ତାଙ୍କୁ ୧୪ ଦିନ ପାଇଁ ସେ ସେଠାରେ ରହିବେ । ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ଗତକାଲି ରାତିରେ ରିୟା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜେଲରେ ରାତି କାଟିଥିଲେ । କୁହାଯାଉଛି ଆଜି ବେଲ୍ ପାଇଁ ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ରିୟା ଚକ୍ରବର୍ତ୍ତୀ । ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ଆଜି ସ୍ପଷ୍ଟ ହୋଇଯିବ । ସେସନ୍ସ କୋର୍ଟରୁ ନିରାଶ ହେଲେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯାଇପାରନ୍ତି ରିୟାଙ୍କ ଓକିଲ ।

ଡ୍ରଗ୍ସ ଲିଙ୍କରେ ଗିରଫ ରିୟାଙ୍କ ବିରୋଧରେ ଲାଗିଛି ଏନଡିସିପି ଆକ୍ଟର ଧାରା ୨୭ । ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ । ସେହିପରି ୨୭ (A) ରେ ବେଆଇନ୍ ଡ୍ରଗ୍ସ କାରବାର ମାମଲାରେ ଟଙ୍କା ନେଣଦେଣ ମାମଲା ଆସୁଛି । ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଜାର ପ୍ରାବଧାନ ରହିଛି । ଆଇନ ବିଶାରଦଙ୍କ ମତରେ ଏଭଳି ମାମଲାରେ ଜାମିନ ମିଳି ନପାରେ ବେଲ୍ । ୨୨ସେପ୍ଟେମ୍ୱର ଯାଏଁ ଜେଲରେ ରହିବେ ରିୟା ।

Leave A Reply

Your email address will not be published.