Latest Odisha News

BREAKING NEWS

ଅଙ୍କିତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ଛାନ୍‌ଭିନ୍‌ କରୁ କରୁ ବଲିଉଡ୍‌ ସହିତ ଡ୍ରଗ୍ସ ଲିଙ୍କ୍ ମାମଲାର ଗୁମର ଫିଟିଥିଲା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ ସେପ୍ଟେମ୍ବର ୮ ତାରିଖରେ  ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା।

ନିକଟରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ ରିୟାଙ୍କ ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନେଶିନ୍ଦେ କହିଥିଲେ ଯେ ରିୟାଙ୍କୁ ଅପମାନିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ମାନହାନି କେସ୍‌ ମଧ୍ୟ କରାଯିବ।

ସୂଚନାଯୋଗ୍ୟ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ। ରିପୋର୍ଟ ଅନୁଯାୟୀ ନିକଟରେ ଜେଲରୁ ବାହାରିଥିବା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଉଲ୍ଲେଖ ଥାଉ କି, ଅଙ୍କିତା ଏହା ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କୁ ସମାଲୋଚନା କରି କହିଥିଲେ ଯେ ଯେକୌଣସି ବ୍ୟକ୍ତି ଯିଏ ଜଣଙ୍କୁ ଭଲପାଇବାର ଦାବି କରୁଛି ସେ କଣ ଅନ୍ୟ ଜଣଙ୍କର ମାନସିକ ସ୍ଥିତି ଏବଂ ତା ଅବସ୍ଥା ବିଷୟରେ ଅବଗତ ଥିବା ବେଳେ ଡ୍ରଗ୍ସ ସେବନ କରିବାକୁ ଅନୁମତି ଦେବା ଉଚିତ କି? ତେବେ ଅଙ୍କିତାଙ୍କ ଏହି ବୟାନକୁ କେନ୍ଦ୍ର କରି ରିୟା ତାଙ୍କ ବିରୋଧରେ ମାନହାନି ମକଦ୍ଦମା ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.