Latest Odisha News

BREAKING NEWS

ମାସ୍କ ନ ପିନ୍ଧିଲେ ଯିବେ ଛଅ ମାସ ‌ଜେଲ୍‌; ଶ୍ରୀଲଙ୍କା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ପାଇଁ ଶ୍ରୀଲଙ୍କା ନୂତନ ନିୟମ ପ୍ରଣୟନ କରିଛି। ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଏବଂ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଜେଲ ଦଣ୍ଡ  ଭୋଗିବାକୁ ପଡ଼ିବ କିମ୍ବା ଜରିମାନା ଦେବା ଭଳି ସ୍ବତନ୍ତ୍ର ଲାଗୁ କରାଯାଇଛି ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଅନୁଯାୟୀ, ଯଦି ଲୋକମାନେ ମାସ୍କ ନ ପିନ୍ଧନ୍ତି ଏବଂ ସାମାଜିକ ଦୂରତା ଅନୁସରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ନିୟମ ଉଲ୍ଲଂଘନ କଲେ ଛଅ ମାସ ଜେଲଦଣ୍ଡ କିମ୍ବା ଦଶ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ।

ଉଲ୍ଲେଖ ଥାଉ କି, ଶ୍ରୀଲଙ୍କାରେ କରୋନା ଭାଇରସ ସଂକ୍ରମଣର ମୋଟ ମାମଲା ୫ ହଜାର ୪୭୫ ଥିବାବେଳେ ମୃତ୍ୟୁ ସଂଖ୍ୟା  ରହିଛି ୧୩ । ଏହାପରେ ବି ଶ୍ରୀଲଙ୍କା ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେଉଛନ୍ତି।

Leave A Reply

Your email address will not be published.