Latest Odisha News

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ପରୀକ୍ଷାର୍ଥୀ

କଟକ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି । ବିଭିନ୍ନ ଜିଲ୍ଲାରେ ଏହି ଦାବି ଜାରି ରହିଥିବା ବେବେଳେ ଆଗାମୀ ପରୀକ୍ଷା ପାଇଁ ଗତକାଲି ଆସିଥିବା ଆଡମିଟ୍ କାର୍ଡ ସବୁ ଡଙ୍ଗା କରି ଭସାଇଛନ୍ତି ପରୀକ୍ଷାର୍ଥୀ ।

ତେବେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଦାବି କରି ଓଏସଏସଏସସି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଏହାକୁ ନେଇ ଆଜି ପୁଣି କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିବା ସହ ଆଶାୟୀମାନେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଛନ୍ତି । ଏଥିସହିତ ଏନେଇ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରିଛନ୍ତି ।

ତେବେ କହିରଖୁଛୁ, ଗତକାଲି ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଜଳାଇବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.