Latest Odisha News

ଲାଞ୍ଚ ନେଉଥିଲେ ଆରଆଇ, ଏଆରଆଇ; ମାଡି ବସିଲା ଭିଜିଲାନ୍ସ

ଗଞ୍ଜାମ: ଲାଞ୍ଚ ନେବା ଭାରି ପଡିଲା । ଯୋଜନା ବଦ୍ଧ ଭାବେ ରେଡ୍ ହ୍ୟାଣ୍ଡେଡ ଧରିପକାଇଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ ଆରଆଇ ଓ ଏଆରଆଇଙ୍କୁ ମାଡି ବସିଛି ଭିଜିଲାନ୍ସ ।

ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପୋଡାମାରି ତହସିଲର ରାଜସ୍ବ ନିରୀକ୍ଷକ (ଆରଆଇ) ଆଦିତ୍ୟ କୁମାର ସେନାପତି ଏବଂ ଆସିଷ୍ଟାଣ୍ଟ ରାଜସ୍ବ ନିରୀକ୍ଷକ(ଏଆରଆଇ) ଟିଟୁ ସେଠିଙ୍କୁ ଲାଞ୍ଚ ନେବା ବେଳେ ବାନ୍ଧିଛି ଭିଜିଲାନ୍ସ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଘରବାଡି ପଟା କରିଦେବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ମାଗିଥିଲେ । ହେଲେ ବ୍ୟକ୍ତି ଜଣଙ୍କ ୫ ହଜାର ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଚାଲାକି କରି ଭିଜିଲାନ୍ସଙ୍କୁ ଜଣାଇ ଦେଇଥିଲେ । ଆଉ ପ୍ଲାନ ମୁତାବକ ବ୍ୟକ୍ତି ଜଣଙ୍କ ଉଭୟ ଆରଆଇ ଓ ଏଆରଆଇଙ୍କୁ ଟଙ୍କା ଦେବା ପାଇଁ ବସଷ୍ଟାଣ୍ଡକୁ ଡାକିଥିଲେ । ବସଷ୍ଟାଣ୍ଡରେ ଟଙ୍କା ଲାଞ୍ଚ ନେଉଥିବେ ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଉଭୟଙ୍କୁ ମାଡି ବସିଥିଲା । ପରେ ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଜାରି ରଖିଛି ।

Comments are closed.