କୋରାପୁଟ: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଆଜି ମାଡ଼ିବସିଲା ଜୟପୁର ଭିଜିଲାନ୍ସ ଟିମ୍ ।
ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଲମତାପୁଟରେ ଜମି ଚିହ୍ନଟ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଲମତାପୁଟ ଆର ଆଇ ବିଜୟ କୁମାର ବାଘ । ପୂର୍ବ ଯୋଜନା ଅନୁଯାୟୀ, ଟଙ୍କା ଦେବାବେଳେ ଆରଆଇ ଓ ପିଅନ ରହିତ ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ।
Comments are closed.