Latest Odisha News

BREAKING NEWS

ବିରୋଧିଙ୍କ ପାଟି ଚୁପ୍ କଲେ ରାଜ୍ୟ ସରକାର, ବ୍ୟର୍ଥ ଯିବନି ଭକ୍ତଙ୍କ ଅର୍ପଣ, ପ୍ରସ୍ତୁତ ହେବ ଖେଚୁଡି ଓ ପିଠା

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ କୁଆଡ଼େ ଯିବ ଓ କ’ଣ ହେବ ସେନେଇ ରାଜନୀତି ଜୋର୍ ଧରିଥିବା ବେଳେ ବରୋଧୀଙ୍କ ପାଟି ଚୁପ୍ କରିଛନ୍ତି ରାଜ୍ୟ ସରକାର । ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲାଇ ଗାଁ ଗାଁରୁ ଭକ୍ତଙ୍କଠାରୁ ସଂଗ୍ରହ ହୋଇଥିଲା ଅରୁଆ ଚାଉଳ ଓ ଗୁଆ । ଏହାକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ । ଏନେଇ ସାଧାରଣରେ ଅନେକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଏସବୁ ଦ୍ୱନ୍ଦ୍ୱ ଦୂର ହୋଇଛି । ଶ୍ରୀମନ୍ଦିର ମହାସୁଆର ନିଯୋଗ ସ୍ପଷ୍ଟ କରିଛି- ଏହି ଅରୁଆ ଚାଉଳ ଏବଂ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ । ଭକ୍ତଙ୍କଠାରୁ ସଂଗ୍ରହ ହୋଇଥିବା ଅରୁଆ ଚାଉଳରୁ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ପାଇଁ ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ। ସଂଗୃହୀତ ଚାଉଳର କିଛି ଅଂଶ ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ । ସେହିପରି ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ । ସଂଗ୍ରହ ହୋଇଥିବା ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ ବୋଲି ସୂଚନା ଦେଇଛନ୍ତି ମହାସୁଆର ନିଯୋଗ ।

 

 

Leave A Reply

Your email address will not be published.