Latest Odisha News

BREAKING NEWS

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି। ଖାଦ୍ୟ ମନ୍ତ୍ରଣାଳୟ ଗୁରୁବାର ଏକ ତଥ୍ୟ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଭାରତର ଚାଉଳ ରପ୍ତାନି ନୀତିରେ ସଂଶୋଧନ କରାଯାଇଥିବା ସମସ୍ତ କାରଣ ଏହି ତଥ୍ୟରେ ବିସ୍ତୃତଭାବେ ବର୍ଣ୍ଣନା କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ନିକଟରେ କେନ୍ଦ୍ର ସରକାର ଚାଉଳ ରପ୍ତାନି ନିୟମରେ ପରିବର୍ତ୍ତନ କରିଥିଲେ। ଏହାଦ୍ୱାରା ଘରୋଇ ବଜାରରେ ଯେଉଁଭଳି ଭାବେ ଚାଉଳର ଦରଦାମ ବଢୁଥିଲା ତାହା ନିୟନ୍ତ୍ରଣରେ ରହିଛି। ଚଳିତ ମାସ ଆରମ୍ଭରୁ କମ ମାନର ତଥ ଖଣ୍ଡ-ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ସାଧାରଣ ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଅତିରିକ୍ତ ଭାବରେ ଲାଗୁ କରାଯାଇଥିଲା।

ଖାଦ୍ୟ ମନ୍ତ୍ରଣାଳୟ ଚାଉଳର ଦର ଉପରେ ଏକ ବିବରଣୀ ପ୍ରକାଶ କରିଛି, ସେଥିରେ କୁହାଯାଇଛି ଯେ ଘରୋଇ ବଜାରରେ ଚାଉଳର ଦର ବୃଦ୍ଧି ହେଉଥିବା ଦେଖାଯାଉଛି ଏବଂ ବାର୍ଷିକ ୬୦ ଲକ୍ଷ ଟନ୍ ଧାନ କମ ଉତ୍ପାଦନ ହୋଇଥିବାର ଆକଳନ ହୋଇଛି। ଚାଉଳର ରପ୍ତାନି ୧୧ ପ୍ରତିଶତ ବୃଦ୍ଧି ପାଇବା କାରଣରୁ ଆଗାମୀ ଦିନରେ ଚାଉଳ ଦର ଆହୁରୀ ବଢିପାରେ ବୋଲି ଖାଦ୍ୟ ମନ୍ତ୍ରଣାଳୟରେ ଆଶଙ୍କା କରାଯାଉଛି।

Leave A Reply

Your email address will not be published.