Latest Odisha News

ଅଭିନେତ୍ରୀ ରିଚାଙ୍କୁ ଦିଆଯାଇଛି ହତ୍ୟା ଧମକ; କିଏ ଦେଇଛି ଏ ଧମକ?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌’ କୁ ନେଇ ବିବାଦ ଘେରରେ ରହିଛନ୍ତି। ନିକଟରେ ଫିଲ୍ମର କିଛି ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇଛି ଯାହା ପରେ ରିଚାଙ୍କୁ ଲଗାତାର ବିରୋଧ କରାଯାଉଛି। ଯଦିଓ ବିବାଦକୁ ଦୃଷ୍ଟିରେ ରଖି ଅଭିନେତ୍ରୀ କ୍ଷମା ମାଗିଛନ୍ତି ତଥାପି ବିବାଦ ଥମିବାର ନାଁ ନେଉନାହିଁ।

ସୂଚନା ଅନୁଯାୟୀ ରିଚାଙ୍କୁ ମୃତ୍ୟୁ ଧମକ ଦିଆଯାଉଛି, କେବଳ ଏତିକି ନୁହେଁ, ଭୀମା ସେନାର ମୁଖ୍ୟ ନବାବ ସତ୍ୟପାଲ ତାୱାର ମଧ୍ୟ ଅଭିନେତ୍ରୀଙ୍କ ଜିଭ କାଟି ଆଣିଥିବା ବ୍ୟକ୍ତିଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।। ଏଥି ସହ ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁରଙ୍କ ଅପହରଣକାରୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ତେବେ ‘ମ୍ୟାଡାମ ଚିଫ୍‌ ମିନିଷ୍ଟର୍‌’ କହିଛନ୍ତି ଯେ ସେ ଏହି ଧମକକୁ ଭୟ କରନ୍ତି ନାହିଁ। ଏଥି ସହିତ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଏହି ପ୍ରସଙ୍ଗରେ ରିଚାଙ୍କୁ ସମର୍ଥନ କରିଛନ୍ତି ଏବଂ ଏହି ସବୁ ଭୁଲ ବୋଲି କହିଛନ୍ତି।

Comments are closed.