Latest Odisha News

BREAKING NEWS

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ପେସ ବୋଲର ଟି.ନଟରାଜନଙ୍କ ନୋ ବଲ ନେଇ ସ୍ପଟ ଫିକ୍ସିଂ ସନ୍ଦେହ ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଓଭର ପ୍ରଥମ ବଲରେ ସେ ବାରମ୍ବାର ନୋ ବଲ ପକାଇଛନ୍ତି । ଯାହାକି ସନ୍ଦେହର କାରଣ । ସବୁ ନୋ ବଲଗୁଡିକରେ ନଟରାଜନଙ୍କ ପାଦ କ୍ରିଜରୁ ବହୁତ ବାହାରେ ରହିଛି । ୱାର୍ଣ୍ଣେଙ୍କ ଏହି ମନ୍ତବ୍ୟ ନେଇ ଅବଶ୍ୟ ସେ ସମାଲୋଚନାର ଶୀକାର ହୋଇଛନ୍ତି । କିନ୍ତୁ କେତେକଙ୍କ ମନରେ ସନ୍ଦେହର ସୂତ୍ରପାତ କରିଦେଇଛନ୍ତି । ସୂଚନାଯୋଗ୍ୟ, ନଟରାଜନ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.