କେପଟାଉନ: ଦକ୍ଷିଣ ଆଫ୍ରିକାର ର୍ୟାନ ରିକେଲଟନ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି । ର୍ୟାନ ୨୬୬ ବଲରେ ଦ୍ୱିଶତକ ହାସଲ କରିଛନ୍ତି । ୨୦୦୮ ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ଦ୍ରୁତ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୨୦୦୮ରେ ଗ୍ରେମ ସ୍ମିଥ ବାଂଲାଦେଶ ବିପକ୍ଷରେ ୨୩୮ ବଲରେ ଦ୍ୱିଶତକ ମାରିଥିଲେ । ର୍ୟାନ ୩୪୩ ବଲର ସମ୍ମୁଖୀନ ହୋଇ ୨୫୯ ରନ କରିଥିଲେ । ଏହି ଇନିଂସରେ ସେ ୨୯ ଚୌକା ଓ ୩ଛକା ମାରିଥିଲେ । ପ୍ରଥମ ଓପନର ଭାବେ ୨୦୨୫ରେ ର୍ୟାନ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି । ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଓପିନଂ କରୁଥିବା ର୍ୟାନ ଏଥିସହ ନିଜ ଦେଶର ବ୍ରେଣ୍ଡନ କୁରୁପ୍ପୁ, ଗ୍ରେମ ସ୍ମିଥ ଓ ଡେଭନ କନୱେଙ୍କ କ୍ଲବରେ ସାମିଲ ହୋଇଛନ୍ତି ।
ଏହି ୩ଜଣ ପ୍ରଥମ ଥର ଓପିନଂ କରିବା ଅବସରରେ ଦ୍ୱିଶତକ ମାରିଥିଲେ । ଦକ୍ଷିଣ ଆଫ୍ରିକା ମାଟିରେ ଏହା ଓଭରାଲ ୧୯ତମ ଦ୍ୱିଶତକ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬୧୫ ରନ ସଂଗ୍ରହ କରିଛି । ଟେମ୍ବା ବାଭୁମା ଓ କାୟଲେ ଭେରେନ ମଧ୍ୟ ଶତକ ହାସଲ କରିଥିଲେ । ବାଭୁମା ୧୦୬ ଓ କାୟଲ ୧୦୦ ରନ କରିଥିଲେ ।
Comments are closed.