Latest Odisha News

କ୍ରିକେଟର ଶୁଭମନ ଗିଲ, ଅଭିନେତ୍ରୀ ରିଦ୍ଧିମା ଶାହଙ୍କ ବିବାହ ଗୁଜବ

ମୁମ୍ବାଇ: ଟିଭି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ ଓ କ୍ରିକେଟର ଶୁଭମନ ଗିଲ ବିବାହ କରିବାକୁ ଯାଉଥିବା ଗୁଜବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ରିପୋର୍ଟରେ ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି ଉଲ୍ଲେଖ ରହିଥିଲା । ଏବେ ଏକ ସାକ୍ଷାତକାରରେ ରିଦ୍ଧିମା ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଶୁଭମନ ବହୁତ କ୍ୟୁଟ ଅଟନ୍ତି । ମୁଁ ତାଙ୍କୁ ଜଣେ ଭଲ ଖେଳାଳି ଭାବେ ଜାଣିଛି । ତାଙ୍କ ସହିତ କୌଣସି ପ୍ରକାରର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ନାହିଁ । ମୋର ବିଶ୍ୱାସ ଆମେ ଯେତେବେଳେ ପରସ୍ପରକୁ ଭେଟିବ ନିଶ୍ଚିତ ଭାବେ ଏହି ଖବରକୁ ନେଇ ବହୁତ ସମୟ ହସିବୁ । ମୋ ବିବାହ ହେଉଛି ଅଥଚ ମୁଁ ଜାଣି ନାହିଁ ବୋଲି ରିଦ୍ଧିମା କହିଛନ୍ତି ।

ବହୂ ହମାରୀ ରଜନୀକାନ୍ତ ସିରିୟଲ ମାଧ୍ୟମରେ ସେ ବହୁତ ଲୋକପ୍ରିୟ ହୋଇଥିଲେ । ଖୁବ ଶୀଘ୍ର ରିଦ୍ଧିମା ନାଗୀନର ୭ମ ସଂସ୍କରଣରେ ଅଭିନୟ କରିବାକୁ ଯାଉଛନ୍ତି । ରିଦ୍ଧିମାଙ୍କ ପୂର୍ବରୁ ଶୁଭମନଙ୍କ ନାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଭିନେତ୍ରୀ ସାରା ଅଲୀ ଖାଁଙ୍କ ସହିତ ଯୋଡାଯାଇଛି । ଗିଲ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି ।

Comments are closed.