Latest Odisha News

BREAKING NEWS

କରୋନା ଯୋଗୁ ମୁକେଶ ହରାଇଲେଣି ୫୦୦ କୋଟି ଡଲାର

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଏବେ ଭାରତୀୟ ଶେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।   ୬ ଦିନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶକ ହରାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଚଳିତ ବର୍ଷ ୫ ଅରବ ଡଲାର ସମ୍ପତ୍ତି ହରାଇଛନ୍ତି। ଯେଉଁଥିରେ ସବୁଠୁ ଅଧିକ କ୍ଷତି ନିକଟରେ ହୋଇଛି। ୧୧ ଦିନରେ ଶେୟାର ବଜାରରୁ ଆରଆଇଏଲ ୫୦୦ କୋଟି ଡଲାର ହରାଇଛି।

ସେହିପରି ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ୮୮୪ ନିୟୁତ ଡଲାର ସମ୍ପତ୍ତି କ୍ଷତି ହୋଇଛି। ୨ ମାସରେ ଅଜିମ ପ୍ରେମଜୀ ୮୬୯ ନିୟୁତ ଡଲାର, ଗୌତମ ଆଦାନୀ ୪୯୬ ନିୟୁତ ଡଲାର କ୍ଷତି ସହିଛନ୍ତି। ଏହାବାଦ ଅନେକ ପ୍ରତିଷ୍ଠିତ କମ୍ପାନୀର ଶେୟାର ଭେଲ୍ୟୁ କମିବା ସହିତ ଆର୍ଥିକ କ୍ଷତି ସହିଛନ୍ତି।

Leave A Reply

Your email address will not be published.