Latest Odisha News

BREAKING NEWS

ହିଂସା ପୀଡିତଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା; କ୍ଷତିପୂରଣ ବାବଦକୁ ଦିଆଯିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି । ସେ ପ୍ରେସମିଟରେ କହିଛନ୍ତି, “ଯେଉଁ ବ୍ୟକ୍ତିଙ୍କ ଘର ଜଳିଯାଇଛି, ସେମାନଙ୍କୁ ୨୫ହଜାର ଟଙ୍କା ନଗଦ ରାଶି ଦିଆଯିବ । ଯାହାକୁ ବି ସହାୟତା ଦରକାର, ସେମାନେ ଉତ୍ତର-ପୂର୍ବ ଦିଲ୍ଲୀର ଡିଏମଙ୍କ ସହ ସଂପର୍କ କରିପାରିବେ ।”

ଏହା ବ୍ୟତୀତ ଯେଉଁ ବ୍ୟକ୍ତିଙ୍କ ଘର ସଂପୂର୍ଣ୍ଣ ରୂପେ ଜଳିଯାଇଛି, ସେମାନଙ୍କ ପାଇଁ ୯ଟି ରାତ୍ରି ଆଶ୍ରୟସ୍ଥଳୀ ଓ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରରେ ଆବାସର ବ୍ୟବସ୍ଥା କରାଯାଇଛି । ଅତି ଆବଶ୍ୟକ ପଡିଲେ ଲୋକଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କ୍ରେଜିୱାଲ କହିଛନ୍ତି ।

Leave A Reply

Your email address will not be published.