Latest Odisha News

BREAKING NEWS

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବ ‘ରିଙ୍ଗ ଅଫ୍ ଫାୟାର’

ନୂଆଦିଲ୍ଲୀ: ୨୦୨୪ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨ ତାରିଖରେ ପଡୁଛି। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୮ ଏପ୍ରିଲ ୨୦୨୪ରେ ହୋଇଥିଲା।

ତେବେ ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨ ରେ ପଡୁଛି। ଏହା ଏକ ଏଭଳି ସୂର୍ଯ୍ୟ ପରାଗ, ଯାହା ପୃଥିବୀର ଅନେକ ସ୍ଥାନରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ପରାଗରେ ଆକାଶରେ ‘ରିଙ୍ଗ ଅଫ୍ ଫାୟାର’ର ଏକ ଚମତ୍କାର ଦୃଶ୍ୟ ଦେଖାଯିବ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ, ୨୦୨୪ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ବଳୟକାର ହେବ।

ଭାରତୀୟ ସମୟ ଅନୁଯାୟୀ, ସୂର୍ଯ୍ୟ ପରାଗ ରାତି ୯ଟା ୩୦ମି.ରୁ ଆରମ୍ଭ ହୋଇ ଭୋର ୩ଟା ୧୭ମି.ରେ ଶେଷ ହେବ। ଆର୍ଜେଣ୍ଟିନା, ଆମେରିକା, ବ୍ରାଜିଲ, ମେକ୍ସିକୋ, ନ୍ୟୁଜିଲ୍ୟାଣ୍ଡ, ପେରୁ ସମେତ ଅନେକ ଦେଶରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

ଭାରତରେ ସୂର୍ଯ୍ୟ ପରାଗ ସମୟରେ ରାତି ହୋଇଥିବ। ଯାହା ଏଠାରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଆମ ଦେଶରେ ଧାର୍ମିକ ମହତ୍ତ୍ୱ ରଖିବ ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।

Comments are closed.