Latest Odisha News

BREAKING NEWS

ପରିମଳ ଓ ସ୍ୱଚ୍ଛତା ଲାଗି ଜାରି ରହିଛି ରିଙ୍କି ନାଗଙ୍କ ପ୍ରଚେଷ୍ଟା; ଗାଁ’କୁ ମିଳିବ ‘ଓଡ଼ିଏଫ ଷ୍ଟାଟସ୍’ !

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେରପାଲି ଗ୍ରାମର ରିଙ୍କି ନାଗ ଗାଁ ପରିମଳ ଏବଂ ସ୍ୱଚ୍ଛତାର ଗୁରୁତ୍ୱ ବୁଝିପାରିଛନ୍ତି । ନିକଟସ୍ଥ ଗ୍ରାମର ସ୍ୱଚ୍ଛତା ଦେଖି ସେ ଏବେ ନିଜ ଗାଁ’କୁ ଖୋଲା ପାଇଖାନା ରହିତ (ଓଡ଼ିଏଫ) ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ନିକଟସ୍ଥ୍ ଗ୍ରାମର ପରିମଳ ତଥା ସ୍ୱଚ୍ଛତାରେ ଆକୃଷ୍ଟ ହୋଇ ନିଜ ଗ୍ରାମକୁ ସୁନ୍ଦର ତଥା ପରିଷ୍କାର ରଖିବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ସେ ସେହି ଗ୍ରାମରେ ମହିଳା ସ୍ୱୟଂ ସହାୟିକା ସଂଘ (ଏସଏଚଜି) ଥିବା ଜାଣି ନିଜ ଗ୍ରାମରେ ସ୍ଥାପନ କରିବାକୁ ଗଲେ ଅତାବିରା ଏନଏସି ଅଫିସକୁ । ସେଠାରେ ସେ ଅନେକ ସୂଚନା ସମ୍ପର୍କରେ ଅବଗତ ହେଲେ ।

ଗ୍ରାମର ପରିମଳ ଓ ସ୍ୱଚ୍ଛତା ରଖିବାକୁ ସେ ନିଜ ଗାଁ’ରେ ମା ସରସ୍ୱତୀ ଏସଏଚଜି ଗ୍ରୁପ ଗଠନ କଲେ ।

୨୮ ବର୍ଷିୟ ରିଙ୍କି ନାଗ ଏହି ମହିଳା ସ୍ୱୟଂ ସହାୟିକା ଗୋÂୀର ସଭାପତି ।

ଏହି ସମୟରେ ତାଙ୍କ ଗାଁ’ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଏକ କ୍ୟାମ୍ପ ଅନୁÂିତ ହୋଇଥିଲା । ଏହି କ୍ୟାମ୍ପରେ ଘରେ ଘରେ ସ୍ଥାୟୀ ପାଇଖାନା ତିଆରି କରାଗଲେ କିପରି ସମ୍ପୂର୍ଣ୍ଣ ଗ୍ରାମର ପରିମଳ ଏବଂ ସ୍ୱଚ୍ଛତା ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲେ ।

ଏହି କ୍ୟାମ୍ପକୁ ଯିବା ପୂର୍ବରୁ ରିଙ୍କି ଅବଗତ ନଥିଲେ ଯେ, ସରକାରଙ୍କ ତରଫରୁ ମାଗଣାରେ ପାଇଖାନା ତିଆରି କରିବାକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

“ଆମ ସ୍ୱୟଂ ସହାୟିକା ଗୋÂୀର ସମସ୍ତ ସଦସ୍ୟାମାନେ ଅତ୍ୟନ୍ତ ଆନନ୍ଦିତ ହୋଇପଡ଼ିଥିଲେ ଯେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ, ସରକାରଙ୍କ ପକ୍ଷରୁ ଗ୍ରାମରେ ସ୍ଥାୟୀ ପାଇଖାନା ନିର୍ମାଣ କରିବାକୁ ଅନୁଦାନ ଯୋଗାଇ ଦିଆଯାଇଛି । ଆମେ ମଧ୍ୟ ଘରେ ଘରେ ସ୍ଥାୟୀ ପାଇଖାନାର ଆବଶ୍ୟକତା ଏବଂ ଏହାଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ଅନେକ ବିବରଣୀ ଏହି ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା କ୍ୟାମ୍ପ ମାଧ୍ୟମରେ ହିଁ ଜାଣିପାଇଥିଲୁ,” ଏହା କହିଛନ୍ତି ରିଙ୍କି ନାଗ ।

କିଛିଦିନ ପରେ ଆମ ସ୍ୱୟଂ ସହାୟିକା ଗୋÂୀର ୧୦ ଜଣ ସଭ୍ୟା ଗ୍ରାମରେ ପାଇଖାନା ନିର୍ମାଣ ଲାଗି ଦରଖାସ୍ତ ଆବେଦନ କଲେ । ସେମାନଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ସହଯୋଗ ମିଳିଗଲା ବୋଲି କହନ୍ତି ରିଙ୍କି ।

ଏହାପରେ ସମ୍ପୂର୍ଣ୍ଣ ଗ୍ରାମକୁ ସ୍ୱଚ୍ଛତା ତଥା ପରିମଳ କରି ଓଡ଼ିଏଫ ମାନ୍ୟତା ପାଇବାକୁ ପ୍ରଚେଷ୍ଟା ଜାରି ରଖିଲେ ।

ଏହି ସଂସ୍ଥା ସହିତ ମୁଁ ବିଗତ ୩ ବର୍ଷ ଧରି ଜଡ଼ିତ ରହିଛି । ଏହି ଗ୍ରୁପରେ ଯୋଗଦାନ କରିବା ପୂର୍ବରୁ ମୁଁ ଏକ ରୁଟିନ୍ ଜୀବନ ଯାପନ କରୁଥିଲି । ଆମେ ଏବେ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହିତ ଯୋଗାଯୋଗ କରିପାରୁଛୁ । ଆମେ ଏହି ସଂସ୍ଥାରୁ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥାଉ ତାହାକୁ ଲୋକମାନଙ୍କୁ ଜଣାଇଥାଉ । ଏହାବ୍ୟତୀତ, ସ୍ୱୟଂ ସହାୟିକା ଗୋÂୀ ମାଧ୍ୟମରେ ଆମେ ଅନ୍ୟସବୁ ଜନହିତକର କାର୍ଯ୍ୟ ଏହି ସଂସ୍ଥାର ସୁପରାମର୍ଶ ଗ୍ରହଣ କରିଚାଲିଛୁ ବୋଲି ରିଙ୍କି ସୂଚନା ପ୍ରଦାନ କରି ଏହା କହିଛନ୍ତି ।

Leave A Reply

Your email address will not be published.