Latest Odisha News

ଗୋବର୍ଦ୍ଧନ ମଠର ପରିଚାଳନା ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବେ ଓଡ଼ିଶା ସରକାର


ଭୁବନେଶ୍ୱର: ପୁରୀର ଗୋବର୍ଦ୍ଧନ ମଠର ପରିଚାଳନା ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକରେ ଏହା ଅନୁମୋଦନ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୁରୀର ଗୋବର୍ଦ୍ଧନ ମଠ ହସ୍ତାନ୍ତର ଲାଗି ଅନେକ ଦିନରୁ ଶଙ୍କରାଚାର୍ଯ୍ୟ ସରକାରଙ୍କୁ ଜଣାଇଥିଲେ । ଏହାକୁ ଗୁରୁତ୍ୱ ମନେ କରି ରାଜ୍ୟ ସରକାର ସୋମବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହିତ ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରାପ୍ତ ହୋଇଛି ।

Leave A Reply

Your email address will not be published.