ନୂଆଦିଲ୍ଲୀ: ଆଇପିଏଲ ମାଧ୍ୟମରେ ଷ୍ଟାର କ୍ରିକେଟର ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବିବାହ ସମ୍ପର୍କୀତ ଖବର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ରିଙ୍କୁଙ୍କ ପିଲାବେଳ ଅଭାବ ଅନାଟନରେ କଟିଛି । ତାଙ୍କ ବାପା ଖାନଚାନ୍ଦ ସିଂ ସିଲିଣ୍ଡର ଡେଲିଭରୀ କାମ କରି ପରିବାର ପୋଷଣ କରିଛନ୍ତି । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ରିଙ୍କୁ ଷ୍ଟାର ଖେଳାଳି ସାଜିବା ପରେ ଆଉ ଅର୍ଥର ଅଭାବ ରହି ନାହିଁ । ଏବେ ରିଙ୍କୁ ତାଙ୍କ ବାପାଙ୍କୁ ଏକ ଦାମୀ ବାଇକ ଉପହାର ଦେଇଛନ୍ତି । ୩.୧୯ ଲକ୍ଷ ଟଙ୍କାର କାୱାସାକୀ ନିନଜା ବାଇକ ସେ ଖାନଚାନ୍ଦଙ୍କୁ ଦେଇଛନ୍ତି । ରିଙ୍କୁଙ୍କ ବାପା ଏହି ବାଇକ ଚଲାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିଙ୍କୁ ଏହାକୁ ଶେୟାର କରିବା ସହ ହୀରୋ ଲେଖିଛନ୍ତି । ଏହା ପୂର୍ବରୁ ରିଙ୍କୁ ଏକ କାର୍ଯ୍ୟକ୍ରମରେ ୱେଟର୍ସଙ୍କୁ ଟଙ୍କା ବାଂଟୁଥିବା ଭିଡିଓ ଭାଇରାଲ ହୋଇଥିଲା ।
ରିଙ୍କୁ ସମାଜବାଦୀ ପାର୍ଟି ବିଧାୟକ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରିୟାଙ୍କ ବାପା ତୁଫାନୀ ସରୋଜଙ୍କ ମତରେ ଏବେ ଆମେ ରିଙ୍କୁଙ୍କ ବାପା ସହ ଆଲୋଚନା କରିଛୁ । ଏ ପର୍ଯ୍ୟନ୍ତ ରିଙ୍ଗ ସରୋମେନୀ କିମ୍ବା କୌଣସି ପ୍ରିୱେଡିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇନି । ସବୁ କିଛି ସ୍ପଷ୍ଟ ହେବା ପରେ ଆପଣମାନଙ୍କୁ ଜଣେଇ ଦିଆଯିବ ବୋଲି ସେ କହିଛନ୍ତି । ଉଭୟ ପରସ୍ପରକୁ ୧ ବର୍ଷରୁ ଅଧିକ ସମୟ ହେବ ଜାଣିଛନ୍ତି । ଦୁଇ ପରିବାର ବିବାହ ନେଇ ରାଜି ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
Comments are closed.