Latest Odisha News

BREAKING NEWS

ରିଙ୍କୁଙ୍କ ପାଇଁ କାଳ ହେଲା ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଚୟନ ହୋଇଯାଇଛି । ରିଙ୍କୁ ସିଂ ସୁଯୋଗ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମନୋନୀତ ଖେଳାଳିଙ୍କ ମଧ୍ୟରେ ରିଙ୍କୁଙ୍କ ବଦଳରେ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି । ତେବେ କେତେକ ସମୀକ୍ଷକଙ୍କ ମତରେ ଆଇପିଏଲର ଇମ୍ପାକ୍ଟ ପ୍ଲେୟାର ନିୟମ ରିଙ୍କୁଙ୍କ ପାଇଁ କାଳ ହେଲା । କୋଲକାତା ନାଇଟ ରାଇଡର୍ସ ଟିମ ରିଙ୍କୁଙ୍କୁ କେବଳ ପାୱାର ହିଟର ଭାବେ ବ୍ୟବହାର କଲା । ସେ ଅଧିକ ସମୟ କ୍ରିଜରେ ରହି ବ୍ୟାଟିଂ କରିବା ସୁଯୋଗ ପାଇଲେ ନାହିଁ । ଫଳରେ ଟି୨୦ ବିଶ୍ୱକପ ବେଳେ ତାଙ୍କ ନାମ କେବଳ ରିଜର୍ଭ ପ୍ଲେୟାରଙ୍କ ମଧ୍ୟରେ ସୀମିତ ରହିଲେ । ଏହାର ଫାଇଦା ସମ୍ପୂର୍ଣ୍ଣ ଭାବେ ଶିବମ ଦୁବେଙ୍କୁ ମିିଳିଲା ।

କେକେଆର ଯଦି ଶୀର୍ଷ ୫ଜଣ ଖେଳାଳିଙ୍କ ମଧ୍ୟରେ ତାଙ୍କୁ ସାମିଲ କରୁନି ତେବେ ସେ କିପରି ଭାରତୀୟ ଦଳରେ ସୁଯୋଗ ପାଇବେ । ଏହି ପ୍ରଶ୍ନ ଚୟନ କମିଟିଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା । ରିଙ୍କୁଙ୍କ ବ୍ୟତୀତ ରବି ବିଶ୍ନୋଇଙ୍କୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Leave A Reply

Your email address will not be published.