Latest Odisha News

BREAKING NEWS

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ଆଜି ପୂର୍ବାହ୍ନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ନେଇ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ଶେଷ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଓ ଏସପି ଜିଲ୍ଲାରେ ନିର୍ବାଚନ ପରିଚାଳନା, ଆଇନ ଶୃଙ୍ଖଳା ରକ୍ଷା ଓ ବିଭିନ୍ନ ଟିମ୍ ର କାର୍ଯ୍ୟ କାରିତା ସମ୍ପର୍କରେ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ ।

ଏହି ସମୀକ୍ଷା ବୈଠକରେ ସମସ୍ତ ରିଟର୍ଣ୍ଣିଂ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅପରାହ୍ନରେ ଧରପଗଡ଼ ଓ ଅବକାରୀ ବିଭାଗର ପଦକ୍ଷେପ ସମ୍ପର୍କରେ, ଚେକପୋଷ୍ଟ ଓ ଷ୍ଟାଷ୍ଟିଟିକ ସର୍ଭିଲାନ୍ସ ଟିମ୍ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ମିଶ୍ର ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ବା ସମନ୍ବିତ ନିୟନ୍ତ୍ରଣ କକ୍ଷ କୁ ବୁଲି ଦେଖିଥିଲେ ।

ଗତକାଲି ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ଦାୟିତ୍ୱ ରେ ଥିବା ବିଭିନ୍ନ ଟିମ୍ ର ନୋଡାଲ ଅଫିସର ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିବା ସହ ଖର୍ଚ୍ଚ ତଦାରଖ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ ।

ନିର୍ବାଚନ ତାରିଖ ଘୋଷଣା ଦିନ ଠାରୁ ଫ୍ଲାଇଙ୍ଗ ସ୍କ୍ୱ।ର୍ଡ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଧରପଗଡ଼ ସହ, ଗାଡି ଯାଞ୍ଚ, ବେଆଇନ ଅର୍ଥ ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ, ବିପୁଳ ଆକାରରେ ଯାଉଥିବା ବିବିଧ ସାମଗ୍ରୀ ବ୍ୟବସାୟ ବା ଉପହାର ଉଦ୍ଦେଶ୍ୟ ରେ ତାହା ମଧ୍ୟ ଯାଞ୍ଚ କରାଯାଉଛି ।

ସେହିପରି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ର ଭିଡିଓ ଉତ୍ତୋଳନ ସହ ତାହାକୁ ଦେଖି ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ଖର୍ଚ୍ଚ ହିସାବ ଟିମକୁ ଅବଗତ କରାଯାଉଛି । ଏମସିଏମସି ଟିମ୍ ପକ୍ଷରୁ ମିଡିଆ ସାର୍ଟିଫିକେସନ ସହ ପେଡ୍ ନ୍ୟୁଜ୍, ପ୍ରିଣ୍ଟ ମିଡିଆ, ସୋସିଆଲ ମିଡିଆ, ଇଲୋକ୍ଟ୍ରୋନିକ ମିଡିଆ ଉପରେ ଦୃଷ୍ଟି ରଖାଯାଉଛି । ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା ଆଧାରରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟସୂଚୀ ନିର୍ଦ୍ଧାରଣ ହୋଇଛି ଓ ଏହି ଆଧାରରେ ଖର୍ଚ୍ଚ ର ହିସାବ ରଖାଯାଉଛି ବୋଲି ବିଭିନ୍ନ ଟିମ୍ ପକ୍ଷରୁ ସୂଚନା ଦିଆଯାଇଥିଲା ।

ପ୍ରାର୍ଥୀ ବା ଦଳ ମାନଙ୍କର ଖର୍ଚ୍ଚ କୁ କିପରି ଲିପିବଦ୍ଧ କରାଯାଉଛି ତାହାକୁ ସେ ଦେଖିଥିଲେ । ନିର୍ବାଚନ କମିଶନର ଲୋକସଭା ନିର୍ବାଚନ ର ପ୍ରାର୍ଥୀ ମାନଙ୍କ ପାଇଁ ୯୫ ଲକ୍ଷ ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀ ମାନଙ୍କ ପାଇଁ ୪୦ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିରପେକ୍ଷ ଓ ବିନା ଚାପ ବା ଭୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନିଷା ଷଡ଼ଙ୍ଗୀ, ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ଟ୍ରେଜେରୀ ଅଧିକାରୀ ମନ୍ମଥ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରୀ ମିଶ୍ର ସଂସ୍କୃତି ଭବନ ଠାରେ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଏକ ବୈଠକରେ ଖର୍ଚ୍ଚ ତଦାରଖ ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.