Latest Odisha News

ପୁଅ କ୍ରିକେଟ ଷ୍ଟାର ହେବା ସତ୍ୱେ ରିଙ୍କୁଙ୍କ ବାପା ଗ୍ୟାସ ସିଲିଣ୍ଡର ଡେଲିଭରି କାମ ଛାଡୁ ନାହାନ୍ତି

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂ ଏବେ ବି ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏବେ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୩ ଆଇପିଏଲରେ ୧୪ ମ୍ୟାଚରେ ୪୭୪ ରନ କରି ରିଙ୍କୁ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ବର୍ଷ ଆୟର୍ଲାଣ୍ଡ ବିପକ୍ଷରେ ସେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ବହୁତ କମ ଦିନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରିଙ୍କୁ ତାଙ୍କ ବାପାଙ୍କୁ ଯେତେ ମନା କଲେ ବି ସେ କାମ କରିବା ଛାଡୁ ନାହାନ୍ତି । ମୋ ଦେହରେ ବଳ ଅଛି ମୁଁ କାହିଁକି ଜୀବିକା ନିର୍ବାହ କରୁଥିବା ପନ୍ଥା ହଠାତ ଛାଡିଦେବି ବୋଲି ସେ କହିଛନ୍ତି । ଘରେ ମୋ ସମୟ କଟିବନି ଓ ମୁଁ ଖାଲିରେ ବସି ପାରିବି ନାହିଁ ବୋଲି ଖାନଚାନ୍ଦ କହିଛନ୍ତି ।

ରିଙ୍କୁ ଏବେ ଟି୨୦ ବିଶ୍ୱକପରେ ସ୍ଥାନ ପାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । କୋଲକାତା ପକ୍ଷରୁ ଖେଳୁଥିବା ରିଙ୍କୁ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଗୋଟିଏ ଓଭରରେ ୫ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ରିଙ୍କୁ ଏବଂ ତାଙ୍କ ବାପାଙ୍କ ସରଳ ଜୀବନ ଶୈଳୀ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି ।

Comments are closed.