ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ୨ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଏହି ଛୁରାମାଡ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ କୋରାଇ ଥାନା ଶିଶୁଆ ଗ୍ରାମର ବିରଞ୍ଚି ମହାରଣା ଓ ଦଳଦିଗଡିଆ ଗ୍ରାମର ସୁଧୀର କୁମାର ଧୀର ଉଭୟେ ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡରେ ଟ୍ୟାକ୍ସି ଚାଳକ ଭାବେ କାର୍ଯ୍ୟ କରନ୍ତି। ତେବେ ଆଜି ଅପରାହ୍ନରେ କୌଣସି କାରଣରୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା।
ସୁଧୀର ଏକ ଛୁରୀ ଆଣି ବିରଞ୍ଚିର ପେଟକୁ ଭୁସୀ ଦେଇଥିଲା। ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଟ୍ୟାକ୍ସି ଚାଳକ ମାନେ ବିରଞ୍ଚିକୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପରେ ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛୁରାମାଡ଼ କରିଥିବା ଯୁବକ ସୁଧୀରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
Comments are closed.