Latest Odisha News

BREAKING NEWS

ରେକର୍ଡର ଲମ୍ବା ଲାଇନ ଲଗେଇଦେଲେ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଶତକ ହାସଲ କରିବା ସହ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ୧୩୪ ରନର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପନ୍ତ ୱିକେଟକିପର ଭାବେ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଛନ୍ତି । ସେ ୭ଶତକ ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଧୋନୀ ୬ଟି ଏବଂ ରିଦ୍ଧିମାନ ଶାହ ୩ଟି ଶତକ ମାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଓଭରାଲ ଏହା ତାଙ୍କର ୪ର୍ଥ ଶତକ । ଇଂଲଣ୍ଡ ମାଟିରେ ଏହା ତାଙ୍କର ତୃତୀୟ ଶତକ । ଅନ୍ୟ କୌଣସି ୱିକେଟକିପର ବିଦେଶ ମାଟିରେ ଗୋଟିଏରୁ ଅଧିକ ଶତକ ମାରି ନାହାନ୍ତି ।

ବିଦେଶ ମାଟିରେ ଓଭରାଲ ୫ ଶତକ ମାରି ସେ ୱିକେଟକିପରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୭୯ ଛକା ମାରିଛନ୍ତି । ସେ ଏଥିରେ ମଧ୍ୟ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ବୀରେନ୍ଦ୍ର ସେହ୍ୱାଗ ୯୦ ଛକା ସହ ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ଟେଷ୍ଟରେ ପନ୍ତଙ୍କ ବ୍ୟତୀତ ଶୁଭମନ ଗିଲ ଓ ଯଶସ୍ୱୀ ଜୈସୱାଲ ମଧ୍ୟ ଶତକ ହାସଲ କରିଥିଲେ ।

Comments are closed.