Latest Odisha News

BREAKING NEWS

ଆଇପିଏଲ: ପନ୍ତଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରିଷଭ ପନ୍ତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଗୋଟିଏ ବୋଲର ବିପକ୍ଷରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ଗୁଜରାଟ ଟାଇଟାନ୍ସର ମୋହିତ ଶର୍ମାଙ୍କ ବିପକ୍ଷରେ ୧୮ ବଲରେ ୬୨ ରନ ସଂଗ୍ରହ କରିଥିଲେ । ଏଥିରେ ୭ ଚୌକା ଓ ୩ ଛକା ସାମିଲ । ସେ ଉସ୍ମାନ ଖାଁଙ୍କ ୧୮ ବଲରୁ ୫୪ ରନର ରେକର୍ଡକୁ ଭଙ୍ଗ କରିଛନ୍ତି । ସେ ପିଏସଏଲରେ କାୟସ ଅହମ୍ମଦଙ୍କ ବିପକ୍ଷରେ ଏହି ରନ କରିଥିଲେ । ସେହିପରି ଟି୨୦ ଇନିଂସରେ ଗୋଟିଏ ଇନିଂସରେ ଜଣେ ବୋଲରଙ୍କ ବିପକ୍ଷରେ ମଧ୍ୟ ଏହା ସର୍ବାଧିକ ରନ ସଂଗ୍ରହ ।

ତାଙ୍କ ପୂର୍ବରୁ ଉମେଶ ଯାଦବଙ୍କ ବିପକ୍ଷରେ ବିରାଟ କୋହଲି ୧୭ ବଲରୁ ୫୨ ରନ କରିଥିଲେ । ହାସିମ ଆମଲା ୧୬ ବଲରୁ ୫୧ ରନ ଲାସିଥ ମାଲିଙ୍ଗାଙ୍କ ବିପକ୍ଷରେ ସଂଗ୍ରହ କରିଥିଲେ । ପନ୍ତଙ୍କ ଆକର୍ଷଣୀୟ ଇନିଂସ ବଳରେ ଦିଲ୍ଲୀ ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରି ପ୍ଲେ ଅଫ ପ୍ରବେଶ ଆଶା ବଜାୟ ରଖିଛି ।

Leave A Reply

Your email address will not be published.