Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ଭାସିଗଲା ଚାଇନା ସୀମାକୁ ସଂଯୋଗ କରୁଥିବା ରାସ୍ତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଗୁରୁବାର ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ତେଣୁ ଚୀନ ସୀମାକୁ ସଂଯୋଗ କରୁଥିବା ରାଜପଥର ଏକ ଅଂଶ ଧୋଇ ଯାଇଛି। ଏହା ହେଉଛି ଏକମାତ୍ର ମାର୍ଗ ଯାହା ଦିଭଙ୍ଗ ଉପତ୍ୟକା ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରେ। ତେଣୁ ସଡ଼କପଥ ଯୋଗେ ହେଉଥିବା ଯୋଗାଯୋଗ ବିଛିନ୍ନ ହୋଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହୁନଲିରୁ ଅନିନୀ ମଧ୍ୟରେ ରୋଇଂ ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ହୁନଲିରୁ ଅନିନୀ ମଧ୍ୟରେ ରାସ୍ତା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବ୍ୟଥିତ ହୋଇଛନ୍ତି। ଏହି ରାସ୍ତା ଦିବାଙ୍ଗ ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସଂଯୋଗ କରୁଥିବାରୁ ଶୀଘ୍ର କିଭଳି ରାସ୍ତା ମରାମତି ହୋଇପାରିବ ସେ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁଁ ଏହି ଘଟଣା ଘଟିଛି। ଦିବାଙ୍ଗ ଉପତ୍ୟକା ବାସିନ୍ଦାଙ୍କୁ ଏକ ନୋଟିସ୍ ଜାରି କରି ଜିଲ୍ଲା ପ୍ରଶାସନ କହିଛି ଯେ ରୋଇଂ ଅନିନୀ ରାଜପଥର ମରାମତି କାର୍ଯ୍ୟ ପାଇଁ ଅତି କମରେ ତିନି ଦିନ ସମୟ ଲାଗିବ।

Leave A Reply

Your email address will not be published.