Latest Odisha News

BREAKING NEWS

ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି । ୩୦ ଡିସେମ୍ବର ୨୦୨୩ ରାତିର ଦୁର୍ଘଟଣା ପରେ ପନ୍ତଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେ ଲଢ଼େଇ କରି ପ୍ରଥମେ ସୁସ୍ଥ ହୋଇଥିଲେ । ଏହା ପରେ ଲୟକୁ ଫେରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଆଇପିଏଲରେ ସେ ଫର୍ମ ଓ ଫିଟନେସର ଉପଯୁକ୍ତ ପ୍ରମାଣ ଦେଇ ଚୟନ କମିଟିଙ୍କୁ ଆକୃଷ୍ଟ କରିଥିଲେ । ଏହା ବ୍ୟତୀତ ନିଜ ଓଜନ କମାଇବା ପାଇଁ ସେ ତାଙ୍କ ପ୍ରିୟ ଖାଦ୍ୟ ଖାଇବା ଛାଡି ଦେଇଥିଲେ । ପନ୍ତଙ୍କୁ ରସମଲେଇ, ଚିଲି ଚିକେନ ଓ ବିରିୟାନୀ ଭଲ ଲାଗେ । କଠିନ ପରିଶ୍ରମକୁ ଖାଇବା କଟକଣା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ଅବଶ୍ୟ ଚିଲି ଚିକେନ ମୋହ ଛାଡି ନ ପାରି ସେ ଏହାକୁ ବିନା ତେଲରେ ପ୍ରସ୍ତୁତ କରି ଖାଇଥିଲେ । ୧୬ କେଜି ଓଜନ କମ କରିବା ପରେ ସେ ପୂର୍ବାପେକ୍ଷା ଆହୁରି ଫିଟ ହୋଇ ଯାଇଥିଲେ । ପ୍ରତ୍ୟେକ ଦିନ ୩ ଘଂଟାରୁ ଅଧିକ ସମୟ ନେଟ୍ସରେ ଅଭ୍ୟାସ କରୁଥିଲେ । ଏଥର ଆଇପିଏଲରେ ସେ ୧୧ ଇନିଂସରେ ୩୯୮ ରନ ସଂଗ୍ରହ କରିଛନ୍ତି । ଏବେ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ହେବା ତାଙ୍କା ସ୍ୱପ୍ନ ବୋଲି ସେ କହିଛନ୍ତି ।

Comments are closed.