Latest Odisha News

BREAKING NEWS

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି । ଜାଡେଜାଙ୍କ ବାମ ହାତ ଆଙ୍ଗୁଠିରେ ବଲ୍ ମାଡ ହୋଇଥିଲା । ଭାରତୀୟ ଟିମକୁ ପ୍ରଥମ ଝଟକା ସେତେବେଳେ ଲାଗିଥିଲା ଯେବେ ଓ୍ବିକେଟ୍ କିପର ବ୍ୟଟସମ୍ୟାନ୍ ଋଷଭ ପନ୍ତଙ୍କ କହୁଣୀରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ଅଷ୍ଟ୍ରେଲିଆ ବିରୋଧରେ ଜାରି ତୃତୀୟ ଟେଷ୍ଟରୁ ବାହାର ହୋଇପାରନ୍ତି ।

ଆଇସିସିର ନିୟମ ଅନୁସାରେ, ରିଜର୍ଭ ଓ୍ବିକେଟ୍ କିପର ରିଦ୍ଧିମାନ ସାହଙ୍କୁ ତାଙ୍କ ସ୍ଥାନ ନେବାକୁ ପଡିବ । ପନ୍ତ ପ୍ୟାଟ୍ କମିନ୍ସଙ୍କୁ ସର୍ଟ ବଲରେ ପୁଲ୍ ସଟ୍ ଖେଳିବା ସମୟରେ ଆଘାତ ଲାଗିଥିଲା । ସେ ପଟି ବାନ୍ଧି ଦ୍ବିତୀୟ ଥର ପଡିଆକୁ ଫେରିଥିଲେ, କିନ୍ତୁ ସେ ଦ୍ରୁତ ଗତିରେ ରନ୍ କରିପାରିନଥିଲେ ।

Leave A Reply

Your email address will not be published.