Latest Odisha News

BREAKING NEWS

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111 ବଲରେ  146 ରନ କରି ଆଉଟ ହୋଇଛନ୍ତି ପନ୍ତ ।

 

ପ୍ରଥମରୁ ବର୍ଷା ହୋଇଥିବାରୁ ପ୍ରଥମ ଦିନ 90 ଓଭର ଖେଳ ହୋଇପାରିନାହିଁ । ଭାରତ ପ୍ରଥମ ଦିନ  ବ୍ୟାଟିଂ କରି 73 ଓଭର ଖେଳିବା ସହ 7 ଉଇକେଟ ହରାଇ 338 ରନ କରିଛି । ଜାଡେଜା 83 ରନ କରି ଅପରାଜିତ ଅଛନ୍ତି ।

 

ସିରିଜର ଶେଷ ମୁକାବିଲା ବର୍ମିଂଘମର ଏଜବାଷ୍ଟନରେ ଖେଳାଯାଉଥିବା ବେଳେ  ଭାରତୀୟ ଦଳ ପ୍ରଥମରୁ ଉଇକେଟ ହରାଇ ବିପଦରେ ପଡିଥିଲେ । ତେବେ ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାର୍ଟନରସିପ ଭାରତକୁ ଏକ ଭଲ ସ୍କୋର କରିବାରେ ସହାୟକ ହୋଇଥିଲା । । ପୂର୍ବରୁ ବିରାଟ କୋହଲି  11 ରନ ଏବଂ ପୂଜାରା 13 ରନ କରି ଆଉଟ ହୋଇଥିଲେ । ଗିଲ 17 ଏବଂ ହନୁମାନ ବିହାରୀ 20 ରନ କରି ଆଉଟ ହୋଇଥିଲେ । ଆୟର ମଧ୍ୟ 15 ରନ କରି ଆଉଟ ହୋଇଥିଲେ । ତେବେ ଜାଡେଜା ଏବଂ ପନ୍ତଙ୍କ ଦୃଢ଼ ବ୍ୟାଟିଂ ପାଇଁ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି ଭାରତ ।

ଏହି ସିରିଜରେ ୨-୧ରେ ଅଗ୍ରଣୀ ରହିଛି ଭାରତୀୟ ଦଳ ।  ଏଜବାଷ୍ଟନ ଟେଷ୍ଟ ଜିତି ଇତିହାସ ରଚିବାର ସୁଯୋଗ ରହିଛି। ହେଲେ ମ୍ୟାଚରେ ବର୍ଷା ବାଧକ ସାଜିପାରେ।

Leave A Reply

Your email address will not be published.