Latest Odisha News

BREAKING NEWS

ପଡିଆକୁ ଫେରିଲେ ରିଷଭ ପନ୍ତ:ପ୍ରଦର୍ଶନୀ ମ୍ୟାଚରେ ମାରିଲେ ଚୌକା, ଛକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୁସ୍ଥ ହେବା ସହ ପଡିଆକୁ ଫେରିଛନ୍ତି । ସ୍ଥାନୀୟ ଏକ ପ୍ରଦର୍ଶନୀ ମ୍ୟାଚରେ ପନ୍ତ ବ୍ୟାଟିଂ କରିଥିଲେ । ସେ ଯେତେବେଳେ ପଡିଆରେ ପ୍ରବେଶ କଲେ ଉପସ୍ଥିତ ଦର୍ଶକ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ । ସେ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ଖୁବ ଚୌକା, ଛକା ମାରିଥିଲେ । ସଡକ ଦୁର୍ଘଟଣା ପରେ ପନ୍ତ ଏବେ ଏନସିଏରେ ନିଜକୁ ଫିଟ କରିଥିଲେ । ୩୦ ଡିସେମ୍ବର ୨୦୨୨ରେ ପନ୍ତ ଦିଲ୍ଲରୁ ଡେରାଡୁନ ଆସୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିଲା । ସେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ତେବେ ପନ୍ତ ଜାତୀୟ ଦଳକୁ କେବେ ଫେରିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । କେତେକ ରିପୋର୍ଟ ଅନୁସାରେ ପନ୍ତ ଆସନ୍ତାବର୍ଷ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଦଳକୁ ଫେରି ପାରନ୍ତି । ଦିନିକିଆ ବିଶ୍ୱକପ ଟିମରେ ସେ ସାମିଲ ହେବା ଆଶା କ୍ଷୀଣ ରହିଛି । ପନ୍ତଙ୍କ ବ୍ୟାଟିଂ ିଭିଡିଓ ସୋସିଆଲ ମିଡିଆରେ ପଡିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.