Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ ପୂର୍ବରୁ ରିଷଭ ପନ୍ତ ଆଘାତପ୍ରାପ୍ତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଘାତପ୍ରାପ୍ତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାନୁୟାରୀ ୧୧ରୁ ଆରମ୍ଭ ହେବ । ନେଟ୍ସରେ ପନ୍ତ ଅଭ୍ୟାସ କରୁଥିବା ବେଳେ ତାଙ୍କ ଛାତି ତଳେ ବଲ ବାଜିଥିଲା । ସେ ସଙ୍ଗେ ସଙ୍ଗେ ଏହା ପରେ ପଡିଆ ବାହାରକୁ ପଳାଇ ଯାଇଥିଲେ । ପନ୍ତ ନେଟ୍ସରେ ୫୦ ମିିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଅଭ୍ୟାସ କରିଥିଲେ । ତାଙ୍କ ଆଘାତ ସମସ୍ୟା କିପରି ରହିଛି ସେ ନେଇ କୌଣସି ଅଫିସିଆଲ ବୟାନ ଆସିନି । ପନ୍ତଙ୍କ ଫର୍ମ ଭଲ ନ ଥିବା ବେଳେ ଏହି ଆଘାତ ସମସ୍ୟା ତାଙ୍କୁ ଅସୁବିଧାରେ ପକାଇପାରେ ।

କେଏଲ ରାହୁଲ ଓ ପନ୍ତଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇଛି । ଯଦି ଆଘାତ ଗୁରୁତର ଥିବ ତେବେ ସେ ସିରିଜର ପ୍ରଥମ ୨ଟି ଦିନିକିଆରୁ ବାଦ ପଡି ପାରନ୍ତି । ଏହା ପୂର୍ବରୁ ୨୦୨୫ ଇଂଲଣ୍ଡ ଗସ୍ତ ଅବସରରେ ମଧ୍ୟ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଲର୍ଡସ ଟେଷ୍ଟରେ ତାଙ୍କ ହାତ ଆଙ୍ଗୁଳିରେ ବଲ ବାଜିଥିଲା । ବାରମ୍ବାର ଆଘାତ ସମସ୍ୟା ଓ ଖରାପ ଫର୍ମ ପନ୍ତଙ୍କ ଆନ୍ତର୍ଜାତୀୟ କ୍ୟାରିୟର ପ୍ରତି ବିପଦ ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚଗୁଡିକ

Leave A Reply

Your email address will not be published.