Latest Odisha News

ଧୋନିଙ୍କୁ ପଛରେ ଛାଡ଼ିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ହଜାରେ ରନ୍ ପୂରଣ କରିଛନ୍ତି ରିଷଭ ପନ୍ଥ । ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ସେ ହଜାରେ ରନ୍ ଅତିକ୍ରମ କରିଛନ୍ତି । ୨୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ରିଷଭ ପନ୍ଥ । ଟେଷ୍ଟରେ ଦ୍ରୁତ ହଜାରେ ରନ୍ କରିବାରେ ସେ ପ୍ରଥମ ଭାରତୀୟ ଓ୍ୱିକେଟ କିପର ବ୍ୟାଟସମ୍ୟାନ୍ ହୋଇଛନ୍ତି ।

ଭାରତୀୟ ଓ୍ୱିକେଟ କିପର ବ୍ୟାଟସମ୍ୟାନ୍ ଭାବରେ ଦ୍ରୁତ ହଜାରେ ରନ୍ କରିବାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ବି ଭାଙ୍ଗିଛନ୍ତି । ଧୋନି ହଜାରେ ରନ୍ କରିବା ପାଇଁ ୩୨ଟି ଇନିଂସ ଖେଳିଥିଲେ । ପନ୍ଥ ୨୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।

ଦ୍ରୁତ ହଜାରେ ଟେଷ୍ଟ ରନ୍ କରିଥିବା ବ୍ୟାଟସମ୍ୟାନ୍ ତାଲିକାରେ ରିଷଭ ପନ୍ଥ, ଧୋନିଙ୍କ ସମେତ ଫାରୋ ଇଞ୍ଜିନିୟର (୩୬ ଇନିଂସ) ଓ ରିଦ୍ଧିମାନ ଶାହ (୩୭ ଇନିସଂ) ଏବଂ ନୟନ ମୋଙ୍ଗିଆ (୩୯ ଇନିଂସ) ଅଛନ୍ତି ।

Leave A Reply

Your email address will not be published.